ଶପଥ ନେଲେ ନୂଆ ସିଜେଆଇ
ସୁପ୍ରିମ୍କୋର୍ଟର ନୂଆ ବିଚାରପତି ଭାବେ ଶପଥନେଇଛନ୍ତି ଜଷ୍ଟିସ୍ ସଞ୍ଜୀବ ଖାନ୍ନା। ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୁଡ଼ ଅବସର ନେବା ପରେ ସେମବାର ଦିନ ରାଷ୍ଟ୍ରପତି ଭବନରେ ନିଜର ଶପଥ ଗ୍ରହଣ କରିଛନ୍ତିଜଷ୍ଟିସ୍ ଖାନ୍ନା ।ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଜଷ୍ଟିସ୍ ଖାନ୍ନାଙ୍କୁ ଶପଥ ଗ୍ରହଣ କରାଇଛି । ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଉପସ୍ଥିତଥିଲେ। ସୁପ୍ରିମକୋର୍ଟର ୫୧ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଇଛନ୍ତି ଜଷ୍ଟିସ ସଞ୍ଜୀବ ଖାନ୍ନା। ୨୦୨୫ ମେ ୧୩ ତାରିଖ ଯାଏ ଦାୟିତ୍ବ ସମ୍ଭାଳିବେ ଜଷ୍ଟିସ ଖାନ୍ନା । ଦିଲ୍ଲୀ ହାଇକୋର୍ଟରୁ ସୁପ୍ରିମକୋର୍ଟରେ ବିଚାରପତି ଭାବେ ଗତ ୨୦୧୯ ଜାନୁଆରୀ ୧୮ରେ ଯୋଗଦେଇଥିଲେ । ସେ ନୂଆଦିଲ୍ଲୀର ମଡର୍ଣ୍ଣ ସ୍କୁଲରୁ ଶିକ୍ଷାଲାଭ କରିଥିଲେ। ଦିଲ୍ଲୀ ବିଶ୍ବବିଦ୍ୟାଳୟରୁ ସେ ଆଇନ ଶିକ୍ଷା ଲାଭ କିରବା ପରେ ସେ ୧୯୮୩ ମସିହାରେ ଦିଲ୍ଲୀର ତିସ୍ ହଜାରି କୋର୍ଟରେ ଓକିଲାତି ଆରମ୍ଭ କରିଥିଲେ । ୨୦୦୫ରେ ଦିଲ୍ଲୀ ହାଇକୋର୍ଟର ବିଚାରପତି ହୋଇଥିଲେ । ଜାନୁଆରୀ ୨୦୧୯ରେ ସେ ସୁପ୍ରିମକୋର୍ଟର ବିଚାରପତି ଭାବରେ ନିଯୁକ୍ତ ହୋଇଥିଲେ । ତାଙ୍କୁ ଆପରାଧିକ, ସିଭିଲ, ଟିକସ ଏବଂ ସାମ୍ବିଧାନିକ ଆଇନଗୁଡ଼ିକରେ ଜଣେ ମହାନ ବିଶେଷଜ୍ଞ ଭାବରେ ବିବେଚନା କରାଯାଏ । ୧୯୮୩ରେ ସେ ଦିଲ୍ଲୀ ବାର କାଉନସିଲରେ ଆଡଭୋକେଟ ଭାବେ ଯୋଗ ଦେଇଥିଲେ। ଦିଲ୍ଲୀ ମଦନୀତି ମାମଲାରେ ଆପ୍ ନେତା ଅରବିନ୍ଦ କେଜରିୱାଲ, ମନୀଷ ସିସୋଦିଆ, ସଞ୍ଜୟ ସିଂଙ୍କ ଜାମିନ ଆବେଦନର ଶୁଣାଣି କରିଥିଲେ । ଗତ ମେ ମାସରେ କେଜରିୱାଲଙ୍କୁ ଅନ୍ତରୀଣ ଜାମିନ ଦେଇ ଚର୍ଚ୍ଚାର ପରିସରକୁ ଆସିଥିଲେ ଜଷ୍ଟିସ ଖନ୍ନା । ଜୁଲାଇରେ ବି ତାଙ୍କ ନେତୃତ୍ବାଧୀନ ଖଣ୍ଡପୀଠ କେଜରିୱାଲଙ୍କୁ ଅନ୍ତରୀଣ ଜାମିନ ଦେଇଥିଲେ । ସେହିପରି ଭୋଟର ଭେରିଫାଏଡ ପେପର ଅଡିଟ ଟ୍ରେଲସ ବା ଭିଭିପାଟ ପ୍ରସଙ୍ଗରେ ତାଙ୍କ ଖଣ୍ଡପୀଠ ଶୁଣାଣି କରିଥିଲେ । ୧୦୦ ପ୍ରତିଶତ ଭିଭିପାଟ ଭେରିଫିକେସନକୁ ସେହି ଖଣ୍ଡପୀଠ ରଦ୍ଦ କରିଥିଲା । ଏହା ସହ ଧାରା ୩୭୦ ଓ ଇଲେକ୍ଟୋରାଲ ବଣ୍ଡ ପ୍ରସଙ୍ଗରେ ବି ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଥିଲେ ଜଷ୍ଟିସ ଖାନ୍ନା ନେତୃତ୍ବାଧୀନ ଖଣ୍ଡପୀଠ।ଜଷ୍ଟିସ୍ ଖାନ୍ନାଙ୍କ ନାମ ପୂର୍ବତନ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୁଡ଼ ସୁପାରିସ୍ କରିଥିଲେ।