ଟ୍ରକକୁ ୮୬ ହଜାର ଟଙ୍କାର ଜୋରିମାନା

ଟ୍ରକକୁ ୮୬ ହଜାର ଟଙ୍କାର ଜୋରିମାନା

ଟ୍ରକକୁ ୮୬ ହଜାର ଟଙ୍କାର ଜୋରିମାନା
ସମ୍ବଲପୁର:ସେପ୍ଟେମ୍ବର ୧ରୁ ଦେଶବ୍ୟାପୀ ଲାଗୁ ହୋଇଛି ନୂଆ ମୋଟର ଯାନ ଆଇନ । ନୂଆ ଆଇନ କାର୍ଯ୍ୟକାରୀ ହେବା ପରେ ଚାରିଆଡେ଼ ଚାଲିଛି ଧରପଗଡ଼ । ଆଇନ ଭାଙ୍ଗିଲେ ଆଦାୟ ହେଉଛି ୧୦ ଗୁଣ ଅଧିକ ଜୋରିମାନା । ଇଚ୍ଛା ନଥିଲେ ବି ଲୋକେ ତଣ୍ଡ ଗଣିବାକୁ ବାଧ୍ୟ ହେଉଛନ୍ତି । ତେବେ ଏହାରି ଭିତରେ ପୁଣି ପଦାକୁ ଆସିଛି ପରିବହନ ବିଭାଗର ଜୁଲମ । ସମ୍ବଲପୁରରେ ଗୋଟିଏ ଟ୍ରକକୁ ୮୬ ହଜାର ୫୦୦ ଟଙ୍କା ଜୋରିମାନା କରାଯାଇଛି । ତେବେ ଆଲୋଚନା ପରେ ୭୦ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି । ସମ୍ବଲପୁର ପରିବହନ ବିଭାଗ ଟ୍ରାଫିକ ଇନ୍ସପେକ୍ଟର ଏହି ଜୋରିମାନା କରିଛନ୍ତି । ଓଭର ଲୋଡିଂ, ଓଭର ଡାଇମେନସନାଲ ଲୋଡିଂ, ବିନା ଡିଏଲ ପାଇଁ ଏହି ଜୋରିମାନା କରାଯାଇଛି ।