ସ୍ୱାୟତ୍ତ ଶାସନ ଦିବସ ପାଳିତ ୨୦୧୯

ସ୍ୱାୟତ୍ତ ଶାସନ ଦିବସ ପାଳିତ ୨୦୧୯

ସ୍ୱାୟତ୍ତ ଶାସନ ଦିବସ ପାଳିତ ୨୦୧୯
ପାରାଦ୍ୱୀପ : (ଲକ୍ଷ୍ମୀନାରାୟଣ ସାହୁ) :ଗତ ଦୁଇଦିନ ଧରି ସ୍ୱାୟତ୍ତ ଶାସନ ଦିବସ ୨୦୧୯ ଅବସରରେ ପାରାଦ୍ୱୀପ ପୌରପରିଷଦ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଛି । ଆଜି ଦିନ ତମାମ ରାମଧୁନ ପ୍ରତିମୃର୍ତ୍ତିରେ ମାଲ୍ୟାପଣ, ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସଚେତନ ଶୋଭାଯାତ୍ରା ଜାତୀୟ ପତକା ଉତ୍ତୋଳନ, ଭତ୍ତା ବଣ୍ଟନ, ନୂତନ ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ କରାଯିବା ପରେ ସଂନ୍ଧ୍ୟା ସମୟରେ ଜୟଦେବ ସଦନରେ ଆଲୋଚନାସଭା ଓ ପୁରସ୍କାର ବିତରଣ କରାଯାଇଛି । ଏହି ଆଲୋଚନା ସଭାରେ ଓଡିଶା ସରକାରଙ୍କ ଜଳସମ୍ପଦ, ସୂଚନା ଓ ଲୋକସମ୍ପକ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପାରାଦ୍ୱୀପ ପୌରପରିଷଦର ଅଞ୍ଚଳବାସୀ ସମ୍ପୁର୍ଣ୍ଣ ସୁବିଧା ସୁଯୋଗ ପ୍ରତି ଆଗାମି ଦିନରେ ସରକାର ବେସ୍ ଭଲପଦକ୍ଷେପ ନେବାକୁ ଯାଉଥିôବା ପ୍ରକାଶ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ସମ୍ବିତ ରାଉତରାୟ, ପିପିଏଲର ମୁଖ୍ୟ ରଞ୍ଜିତ୍ ସିଂ ଚୁଗ୍, ଇଫକୋର ମୁଖ୍ୟ କେ.ଜେ.ପଟେଲ, ବନ୍ଦର ଉପନିୟନ୍ତ୍ରକ ଅତୁଲ୍ୟ ମହାପାତ୍ର, ପୌରାଧ୍ୟକ୍ଷ ବସନ୍ତ କୁମାର ବିଶ୍ୱାଳ, ଉପାଧ୍ୟକ୍ଷ ପ୍ରଭାତୀ ନାୟକ, କାର୍ଯ୍ୟନିର୍ବାହୀ ଅଧିକାରୀ ଦିଲ୍ଲିପ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ । ଉଲ୍ଲେଖନୀୟ ଅବଦାନ ପାଇଁ ପୁରସ୍କାର କରାଯାଇଥିଲା ।