ହଳଧରଙ୍କ ନାମରେ ଏତଲାକୁ ବିରୋଧ

ହଳଧରଙ୍କ ନାମରେ ଏତଲାକୁ ବିରୋଧ

ହଳଧରଙ୍କ ନାମରେ ଏତଲାକୁ ବିରୋଧ
ବରଗଡ଼ : ପଦ୍ମଶ୍ରୀ ହଳଧର ନାଗଙ୍କ ବିରୋଧରେ ଭୁବନେଶ୍ୱର କ୍ୟାପିଟାଲ ଥାନାରେ ଏତଲା ଦିଆଯିବା ଘଟଣାକୁ ନେଇ ଘେଁସରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ସମ୍ପ୍ରତି ସମ୍ବଲପୁରୀ/କୋଶଲି ଭାଷା ମାନ୍ୟତା ପାଇଁ ସମଗ୍ର ପଶ୍ଚିମ ଓଡ଼ିଶାରେ ଆନେ୍ଦାଳନ ବ୍ୟାପକ ରୂପ ନେଉଥିବା ବେଳେ ମିଥ୍ୟା ମାମଲା ଦେଇ ଆନେ୍ଦାଳନକୁ ଭଣ୍ଡୁର କରିବା ପାଇଁ ଉଦ୍ୟମ ଆରମ୍ଭ କରାଯାଇଛି । ମାତ୍ର, ଆନେ୍ଦାଳନ ମାଧ୍ୟମରେ ଏହାର କଡ଼ା ଜବାବ ଦିଆଯିବ ବୋଲି ଘେଁସ ଠାରେ ଅନୁଷ୍ଠିତ ବୈଠକରେ ମତ ପ୍ରକାଶ ପାଇଛି । ବୈଠକରେ ଦୟାନିଧି ପଟେଲ, ଷଷ୍ଠୀ ବାରିକ, ବିନୋଦ ବିହାରୀ ମେହେର, କୁଂଜବିହାରୀ ସାହୁ, ଡ.ସୁବାସ ମେହେର, କ୍ଷୀରେଦ୍ର ସାହୁ, ଗୋକୁଳ ମହାପାତ୍ର, ତୁଳସୀ ବାରିକଙ୍କ ସମେତ ଗ୍ରାମ୍ୟ କମିଟି ସଦସ୍ୟମାନେ ଉପସ୍ଥିତ ଥିଲେ ।