ରାଜ୍ୟ ଯୁବ କଲ୍ୟାଣ ପରିଷଦ ଅଧ୍ୟକ୍ଷଙ୍କ ଦାୟିତ୍ୱ ଗ୍ରହଣ

ରାଜ୍ୟ ଯୁବ କଲ୍ୟାଣ ପରିଷଦ ଅଧ୍ୟକ୍ଷଙ୍କ ଦାୟିତ୍ୱ ଗ୍ରହଣ

ରାଜ୍ୟ ଯୁବ କଲ୍ୟାଣ ପରିଷଦ ଅଧ୍ୟକ୍ଷଙ୍କ ଦାୟିତ୍ୱ ଗ୍ରହଣ
ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ଯୁବ କଲ୍ୟାଣ ପରିଷଦର ନୂଆ ଅଧ୍ୟକ୍ଷ ଭାବେ ବିଜୟ କୁମାର ନାୟକ ଦାୟିତ୍ୱ ଗ୍ରହଣ କରିଛନ୍ତି । କଳିଙ୍ଗ ଷ୍ଟାଡିୟମସ୍ଥିତ ପରିଷଦର କାର୍ଯ୍ୟାଳୟରେ ଶ୍ରୀ ନାୟକ ଦାୟିତ୍ୱ ଗ୍ରହଣ କରି କହିଛନ୍ତି, ରାଜ୍ୟର ଯୁବଗୋଷ୍ଠୀଙ୍କୁ ସୁଦୃଢ଼ ଓ କ୍ରୀୟାଶୀଳ କରିବାରେ ‘ବିଜୁ ଯୁବ ବାହିନୀ’ ଅତ୍ୟନ୍ତ ସହାୟକ ହୋଇଛି । ଯୁବ ବାହିନୀର ସଦସ୍ୟମାନେ ବିଭିନ୍ନ ସାମାଜିକ କାର୍ଯ୍ୟ କରି ରାଜ୍ୟବାସୀଙ୍କ ହୃଦୟ ଜିଣି ପାରିଛନ୍ତି । ରାଜ୍ୟ ଯୁବନୀତି-୨୦୦୩ ଅନ୍ତର୍ଗତ ବିଭିନ୍ନ ଯୁବ ବିକାଶ କାର୍ଯ୍ୟକ୍ରମ ତଥା ବିଜୁ ଯୁବ ବାହିନୀର ସାମାଜିକ କାର୍ଯ୍ୟକ୍ରମକୁ ଆଗେଇ ନେବା ପାଇଁ ସେ ନିଷ୍ଠାର ସହ କାର୍ଯ୍ୟ କରିବେ ବୋଲି ଶ୍ରୀ ନାୟକ କହିଥିଲେ । ବିଜୁ ଯୁବ ବାହିନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମନୋଜ କୁମାର ପାଢ଼ୀଙ୍କ ସମେତ ଅନ୍ୟ ଅଧିକାରୀମାନେ ନୂଆ ଅଧ୍ୟକ୍ଷଙ୍କୁ ସ୍ୱାଗତ କରିଥିଲେ । ଦାୟିତ୍ୱ ଗ୍ରହଣ ସମୟରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ, କିଶୋର ମହାନ୍ତି, ପ୍ରଭୁ ଜାନି ଓ ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସ ବର୍ମା ପ୍ରମୁଖ ଉପସ୍ଥିତ ଥିଲେ ।