ମହାନଦୀ ପୋଲରୁ ତଳକୁ ଗଳି ପଡି ଯୁବକ ଗୁରୁତର |

ମହାନଦୀ ପୋଲରୁ ତଳକୁ ଗଳି ପଡିଲେ ଯୁବକ । ଯୁବକ ଜଣଙ୍କ ହେଉଛନ୍ତି ୨୭ ବର୍ଷୀୟ ସତିସ ରାଉତ । ଯୁବକ ଜଣକଙ୍କ ପୋଲ ତଳକୁ କେମିତି ଖସି ପଡିଲେ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଷ୍ପଷ୍ଟ ହୋଇନାହିଁ ।

ମହାନଦୀ ପୋଲରୁ ତଳକୁ ଗଳି ପଡି ଯୁବକ ଗୁରୁତର |

Video Link: https://youtube.com/shorts/YoZSIO4Wk8A

ସୂଚନା ଅନୁସାରେ ମହାନଦୀ ପୋଲ ନିକଟରେ ଆଜି ସକାଳେ ଯୁବକ ଜଣକ ମହାନଦୀ ପୋଲ ତଳକୁ ଗଳି ପଡ଼ିଥିଲେ। ଯୁବକ ଜଣକ ଗଳି ପଡ଼ିବା ବେଳେ ତାଙ୍କର ସ୍କୁଟି ରାସ୍ତା ଉପରେ ଥିଲା ସୌଭାଗ୍ୟ ବଶତଃ ଯୁବକ ଜଣକ ବାଲିରେ ପଡ଼ିଥିବାରୁ ଜୀବନ ବଞ୍ଚିଯାଇଛି । ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାରକରୀ କଟକ ଏସ ସି ବି କୁ ଚିକିତ୍ସା ପାଇଁ ପଠାଇଛନ୍ତି। ଯୁବକ ଜଣଙ୍କ ଛତିଆ ଯାଉଥିବା ବେଳେ ଏହି ଭଳି ଘଟଣା ଘଟିଛି।