କଟକ ମହାନଗର ନିଗମ ପକ୍ଷରୁ ଲୋକାର୍ପିତ ହୋଇଯାଇଛି କଟକ ବିଡାନାସୀ ଶ୍ମଶାନ |
ଏହି ଲୋକାର୍ପିତ କାର୍ଯ୍ୟକ୍ରମରେ କଟକ ମେୟର ସୁବାଷ ସିଂ, କଟକ-ବାରବାଟୀ ବିଧାୟିକା ସୋଫିଆ ଫିର୍ଦୋଷ, ମହାନଗର ନିଗମର କମିଶନର କିରଣଦୀପ କୌର ସହୋତା, ସ୍ଥାନୀୟ କର୍ପୋରେଟର ଏଵଂ ବହୁକର୍ମୀ ଯୋଗ ଦେଇଥିଲେ।
ପାଖାପାଖି କୋଟିଏ ଟଙ୍କାର ବ୍ୟୟରେ ନିର୍ମିତ ଏହି ଶ୍ମଶାନରେ ସମସ୍ତ ପ୍ରକାରର ସୁବିଧା ସୁଯୋଗ ପାଇବେ ସ୍ଥାନୀୟ ଲୋକେ । ତେବେ ଦୀର୍ଘ ଧରି ଏହି ଶ୍ମଶାନଟି ଅବହେଳିତ ହୋଇ ପଡ଼ି ରହିଥିବା ବେଳେ କଟକ ମହାନଗର ନିଗମ ଏହାର ପୁନରୁଦ୍ଧାର କରିଛି । ବର୍ତ୍ତମାନ ସୁଦ୍ଧା ଏହି ଶ୍ମଶାନ କାର୍ଯ୍ୟରେ ୬୮ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଆଗକୁ ଏହାର ଉନ୍ନତି କରଣ ପାଇଁ ଆବଶ୍ୟକ ଅର୍ଥ ଦିଆଯିବ ବୋଲି କହିଛନ୍ତି ମେୟର ସୁବାଷ ସିଂ । ସେହିଭଳି ବାରବାଟୀ ବିଧାୟିକା ସୋଫିଆ କହିଛନ୍ତି ଭଲ ମଡେ଼ଲରେ ଏହା ନିର୍ମାଣ କରାଯାଇଛି । ଏବଂ ଆଗକୁ କିଭଳି ଏହାର ରକ୍ଷଣାବେକ୍ଷଣ କରାଯିବ ସେଥିପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି । ଆଗାମୀ ଦିନରେ ଲୋକଙ୍କ ସୁବିଧା ପାଇଁ ଏଠାରେ ବିଦ୍ୟୁତ୍ ଚାଳିତ ଚୁଲାରେ ଶବଦାହ କରାଯିବାର ସୁବିଧା ଯୋଗାଇ ଦିଆଯିବ ।




UBC Desk 