ବୁଦ୍ଧାଦିତ୍ୟଙ୍କ ନାଁରେ ଏତଲା ଦେଲା କଟକ ନଗର (ଜିଲ୍ଲା) ଯୁବ କଂଗ୍ରେସ

ବୁଦ୍ଧାଦିତ୍ୟଙ୍କ ନାଁରେ ଏତଲା ଦେଲା କଟକ ନଗର (ଜିଲ୍ଲା) ଯୁବ କଂଗ୍ରେସ
ବୁଦ୍ଧାଦିତ୍ୟଙ୍କ ନାଁରେ ଏତଲା ଦେଲା କଟକ ନଗର (ଜିଲ୍ଲା) ଯୁବ କଂଗ୍ରେସ

କଟକ: ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତିଙ୍କ ନାଁରେ କଟକ ନଗର(ଜିଲ୍ଲା) ଯୁବ କଂଗ୍ରେସ ପକ୍ଷରୁ ଜିଲ୍ଲା ନଗର ସଭାପତି ଆଡଭୋକେଟ୍ ଡ଼. ବିପ୍ଳବ ଶିଳାଦିତ୍ୟଙ୍କ ନେତୃତ୍ୱରେ କଟକ ମଧୁପାଟଣା ଥାନାରେ ଏତଲା ଦିଆଯାଇଛି । ଅଭିଯୋଗ ଅନୁସାରେ ଅଭିନେତା ବୁଦ୍ଧାଦିତ୍ୟ କଂଗ୍ରେସ ନେତା ତଥା ସଂସଦର ବିରୋଧୀ ଦଳର ନେତା ଶ୍ରୀ ରାହୁଲ ଗାନ୍ଧୀଙ୍କ ବିରୋଧରେ ଏକ ବୟାନ ରଖି ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇଙ୍କ ଫଟୋ ସହ  ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଛନ୍ତି । ଲରେନ୍ସଙ୍କ ଫଟୋ ପୋଷ୍ଟ କରି ରାହୁଲ ପରବର୍ତ୍ତୀ ଟାର୍ଗେଟ ବୋଲି ବୁଦ୍ଧାଦିତ୍ୟ ଲେଖିଥିବା ଅଭିଯୋଗରେ ଯୁବ କଂଗ୍ରେସ ପକ୍ଷରୁ ଦର୍ଶାଯାଇଛି। ଏହା ଦ୍ବାରା ରାହୁଲଙ୍କ ସୁରକ୍ଷା ବିପଦରେ ଅଛି ବୋଲି ମଧ୍ୟ ଯୁବ କଂଗ୍ରେସ ଯୁକ୍ତି ବାଢ଼ିଛି । ବୁଦ୍ଧାଦିତ୍ୟଙ୍କର ଲରେନ୍ସ ସହିତ କି ସମ୍ପର୍କ ରହିଛି ଓ ରାହୁଲଙ୍କୁ ନେଇ ଆଗକୁ ତାଙ୍କର କି ଯୋଜନା ରହିଛି, ତାହା ତଦନ୍ତ ସାପେକ୍ଷ । ତୁରନ୍ତ ବୁଦ୍ଧାଦିତ୍ୟଙ୍କୁ ପୋଲିସ ଗିରଫ କରି ସମସ୍ତ ଘଟଣା, ଫୋନ୍ କଲ୍ ଇତ୍ୟାଦିକୁ ତଦନ୍ତ କରି ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯୁବ କଂଗ୍ରେସ ଦାବୀ କରିଛି । ଏହି ଦାବୀପତ୍ର ପ୍ରଦାନ ସମୟରେ ସଭାପତି ଶ୍ରୀ ଶିଳାଦିତ୍ୟଙ୍କ ସହିତ କଟକ ଜିଲ୍ଲା କଂଗ୍ରେସର ପ୍ରାକ୍ତନ ଉପସଭାପତି ଶିଶିର ରଥ, ମନୋଜ ବିଶ୍ଵାଳ ଓ ରାଜେଶ ସ୍ୱାଇଁ, କଟକ ସଦର ନିର୍ବାଚନ ମଣ୍ଡଳୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ରାମ ଚନ୍ଦ୍ର ଗୋଚ୍ଛାୟତ, କଟକ ନଗର(ଜିଲ୍ଲା)କଂଗ୍ରେସର ମୁଖ୍ୟ ମୁଖପାତ୍ର ମାନସ ପରିଡ଼ା, ବରିଷ୍ଠ କଂଗ୍ରେସ ନେତା ନିର୍ମଳ ସ୍ୱାଇଁ, ପୂର୍ବତନ କର୍ପୋରେଟର ପ୍ରଶାନ୍ତ ଭୋଇ, ଜିଲ୍ଲା କଂଗ୍ରେସର ପ୍ରାକ୍ତନ ସମ୍ପାଦକ ସଚ୍ଚିଦାନନ୍ଦ ରାଉତ, ଜିଲ୍ଲା କଂଗ୍ରେସର ପ୍ରାକ୍ତନ ସାଧାରଣ ସମ୍ପାଦକ ଉଗ୍ରସେନ ଭୂୟାଁ, ଶିବ କୁମାର ଅଗ୍ରୱାଲ, ରଜନୀ ବସ୍ତିଆ, ଯୁବନେତା ପ୍ରତ୍ୟୁଷ ସାହୁଙ୍କ ସମେତ କାଳନ୍ଦୀ ଖୁଣ୍ଟିଆ, ୟସ ଅଗ୍ରୱାଲ, ବିକି ଜେଠୀ, ସୌମ୍ୟ ରଞ୍ଜନ ପ୍ରଧାନ, ଉମେଶ ଛାଟୋଇ, ସୁବ୍ରତ କୁମାର ସ୍ବାଇଁ ଓ ଜୟ ନାରାୟଣ ତ୍ରୀପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।