ବଢି ଚାଲିଛି ସମ୍ବଲପୁର ବିଧାୟକଙ୍କ ଅଭଦ୍ରାମୀ, ଗୁଣ୍ଡାଗର୍ଦ୍ଦି, ଦଳ ଓ ମୋହନ ଚୁପ୍‌

ଅମାନିଆ ଜୟ ନାରାୟଣ ତୁଣ୍ଡରେ ଲାଗୁନି ଲଗାମ୍‌ ବ୍ୟବହାରରେ ଲାଗୁନି ରୋକ୍‌ ଗଣମାଧ୍ୟମ ଆଗରେ କହିଲେ ଅଭଦ୍ର ଭାଷା.... 

ବଢି ଚାଲିଛି ସମ୍ବଲପୁର ବିଧାୟକଙ୍କ ଅଭଦ୍ରାମୀ, ଗୁଣ୍ଡାଗର୍ଦ୍ଦି, ଦଳ ଓ ମୋହନ ଚୁପ୍‌

ସୁପ୍ରିମ୍ କୋର୍ଟକୁ ସମ୍ମାନ ନାହିଁ, ପୋଲିସକୁ ଖାତିର ନାହିଁ । ଏମିତିକି ନିଜ ଦଳକୁ ବେଖାତିର୍ । ଶୁଣନ୍ତୁ ବିଜେପି ଭଳି ଏକ ଜାତୀୟ ଦଳକୁ କଣ କହୁଛନ୍ତି ଜୟ ନାରାୟଣ । .... ସେ କାଳେ ନିଜେ ବିଜେପି । ଏଠି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ୍ ଶାହା, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ ହଜାର ହଜାର ବରିଷ୍ଠ ନେତା, ଲକ୍ଷ ଲକ୍ଷ ସଂଗଠକ ଓ କୋଟି କୋଟି କର୍ମୀ ଯେମିତି କିଛି ନୁହେଁ । ସେ ହିଁ ସର୍ବେସର୍ବା । 
ବିଜେପିର ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ଆଚରଣ ଉଚ୍ଚାରଣ କାହାକୁ ଅଛପା ନାହିଁ । ବିଜେପିର ସେ ସବୁଠାରୁ ବିଶୃଙ୍ଖଳିତ ସଦସ୍ୟଙ୍କ ମଧ୍ୟରେ ସେ କାଳେ ଏକ ନମ୍ବର । ଏ କଥା ଆମେ କହୁ ନାହୁଁ, ତାହା ସମସ୍ତେ ଜାଣନ୍ତି । କେତେବେଳେ ଖଣ୍ଡା ବୁଲାଇବା, କେତେବେଳେ ପୋଲିସକୁ ପିଟିବା , ପୁଣି କେତେବେଳେ ଗଣ୍ଡଗୋଳ ଭିଆଇବା, ସବୁ ଘଟଣାରେ ତାଙ୍କରି ସଂପୃକ୍ତି । ସେ ନିଜେ ମାନିଛନ୍ତି ମୋ ନାଁରେ ୭୦ରୁ ଅଧିକ କେସ୍ । ଯିଏ ରାଜନିତୀ କରେ ତା ନାଁରେ କେସ୍ ହେବ, କେସ୍‌କୁ ଡରିଲେ ରାଜନୀତି କରି ହେବ ନାହିଁ । ..... 
ଏମିତି ପୋଲିସକୁ ମାଡ ଦରକାର, ପୋଲିସ ବନ୍ଧୁକ ଧରିଛି ବୋଲି ସେ ଯାହା କରିବ ତାହା ମୁଁ ସହିବି ନାହିଁ ବୋଲି ସେ କହିଛନ୍ତି । ମୁଁ ଯାହା କରିଛି ଠିକ୍ କରିଛି ବୋଲି ଅଂହକାରରେ କହିଛନ୍ତି ଜୟ । ତାଙ୍କ ଉକ୍ତିରୁ ଏ କଥା ସ୍ପଷ୍ଟ ହେଉଛି ଯେ ଜୟ ନାରାୟଣ ସୁପ୍ରିମ୍ କୋର୍ଟ, ଓଡିଶା ପୋଲିସ, ବିଜେପି ଓ ଭାରତୀୟ ଆଇନ୍ ବ୍ୟବସ୍ଥାକୁ ସମ୍ମାନ ଜଣାଉ ନାହାନ୍ତିା 
ଏପରି ମନ୍ତବ୍ୟକୁ ୨୪ ଘନ୍ଟା ବିତି ଯାଇଥିଲେ ବି ଜୟଙ୍କ ନିଜ ଦଳ ଚୁପ୍‌, ମୁଖ୍ୟମନ୍ତ୍ରୀ ନିରବ, ଗୃହ ମନ୍ତ୍ରୀ କାନରେ ହାତ ଦେଇ ଦେଇଛି, ବିଜେପି କାଲ ହୋଇ ଯାଇଛି, ଆଉ ସର୍ବଶେଷରେ ପୋଲିସ ଡିଜି ନିଜ ଇଜ୍ଜତ୍ ବଂଚାଇ ମୁହଁ ତଳକୁ କରି ଦେଇଛନ୍ତି । ଓଡିଶା ପୋଲିସକୁ ଖୋଲା ଖୋଲି ଧମକ, ଅସମ୍ମାନ, ବେଖାତିର୍ କରିଥିଲେ ବି ଓଡିଶା ପୋଲିସ ନିଜ ଆଡୁ କିଛି ପଦକ୍ଷେପ ନେଇ ନାହିଁ । ଏଥିରୁ ପୋଲିସର ଅସହାୟତା ସ୍ପଷ୍ଟ ବାରି ହେଉଛି । ଏପିରିକି ଦଳ ବି ଚୁପ୍ ।ତେବେ ଅନୁମାନ କରନ୍ତୁ ଜଣେ ବିଧାୟକଙ୍କ ଅଭଦ୍ରାମୀ ଆଗରେ ଓଡିଶାର ମୁଖ୍ୟମନ୍ତ୍ରୀ ଓ ପୋଲିସ ଡିଜି କେତେ ଅସହାୟ 
ଅଣାୟତ ଜୟ ନାରାୟଣ
ଜୁବାନରେ ଲାଗୁନି ଲଗାମ୍‌
ବ୍ୟବହାରରେ ଲାଗୁନି ରୋକ୍‌
ମିଡିଆ ଆଗରେ କହିଲେ ଗନ୍ଦି ବାତ୍‌.... 
ସୁପ୍ରିମ୍ କୋର୍ଟକୁ ସମ୍ମାନ ନାହିଁ, ପୋଲିସକୁ ଖାତିର ନାହିଁ । ଏମିତିକି ନିଜ ଦଳକୁ ବେଖାତିର୍ । ଶୁଣନ୍ତୁ ବିଜେପି ଭଳି ଏକ ଜାତୀୟ ଦଳକୁ କଣ କହୁଛନ୍ତି ଜୟ ନାରାୟଣ । .... ସେ କାଳେ ନିଜେ ବିଜେପି । ଏଠି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ୍ ଶାହା, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ ହଜାର ହଜାର ବରିଷ୍ଠ ନେତା, ଲକ୍ଷ ଲକ୍ଷ ସଂଗଠକ ଓ କୋଟି କୋଟି କର୍ମୀ ଯେମିତି କିଛି ନୁହେଁ । ସେ ହିଁ ସର୍ବେସର୍ବା । 

ଏତେ ଅଭଦ୍ରାମୀ ? ଏତେ ଅଂହକାର ? 
କୋର୍ଟ, ପୋଲିସ୍ ଓ ବିଜେପିକୁ ପାଦ ତଳେ ମକଚି ଦେଲେ ଜୟ
ଇଏ ଜୟନାରାୟଣଙ୍କର ଅଭଦ୍ରାମୀ ନା ଅଂହକାର ?
ଜୟଙ୍କ ଅଭଦ୍ରାମୀ ମୋହନଙ୍କ ବିବସତା 
ବିଜେପିର ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ଆଚରଣ ଉଚ୍ଚାରଣ କାହାକୁ ଅଛପା ନାହିଁ । ବିଜେପିର ସେ ସବୁଠାରୁ ବିଶୃଙ୍ଖଳିତ ସଦସ୍ୟଙ୍କ ମଧ୍ୟରେ ସେ କାଳେ ଏକ ନମ୍ବର । ଏ କଥା ଆମେ କହୁ ନାହୁଁ, ତାହା ସମସ୍ତେ ଜାଣନ୍ତି । କେତେବେଳେ ଖଣ୍ଡା ବୁଲାଇବା, କେତେବେଳେ ପୋଲିସକୁ ପିଟିବା , ପୁଣି କେତେବେଳେ ଗଣ୍ଡଗୋଳ ଭିଆଇବା, ସବୁ ଘଟଣାରେ ତାଙ୍କରି ସଂପୃକ୍ତି । ସେ ନିଜେ ମାନିଛନ୍ତି ମୋ ନାଁରେ ୭୦ରୁ ଅଧିକ କେସ୍ । ଯିଏ ରାଜନିତୀ କରେ ତା ନାଁରେ କେସ୍ ହେବ, କେସ୍‌କୁ ଡରିଲେ ରାଜନୀତି କରି ହେବ ନାହିଁ । ..... 
ଏମିତି ପୋଲିସକୁ ମାଡ ଦରକାର, ପୋଲିସ ବନ୍ଧୁକ ଧରିଛି ବୋଲି ସେ ଯାହା କରିବ ତାହା ମୁଁ ସହିବି ନାହିଁ ବୋଲି ସେ କହିଛନ୍ତି । ମୁଁ ଯାହା କରିଛି ଠିକ୍ କରିଛି ବୋଲି ଅଂହକାରରେ କହିଛନ୍ତି ଜୟ । ତାଙ୍କ ଉକ୍ତିରୁ ଏ କଥା ସ୍ପଷ୍ଟ ହେଉଛି ଯେ ଜୟ ନାରାୟଣ ସୁପ୍ରିମ୍ କୋର୍ଟ, ଓଡିଶା ପୋଲିସ, ବିଜେପି ଓ ଭାରତୀୟ ଆଇନ୍ ବ୍ୟବସ୍ଥାକୁ ସମ୍ମାନ ଜଣାଉ ନାହାନ୍ତିା 
ଏପରି ମନ୍ତବ୍ୟକୁ ୨୪ ଘନ୍ଟା ବିତି ଯାଇଥିଲେ ବି ଜୟଙ୍କ ନିଜ ଦଳ ଚୁପ୍‌, ମୁଖ୍ୟମନ୍ତ୍ରୀ ନିରବ, ଗୃହ ମନ୍ତ୍ରୀ କାନରେ ହାତ ଦେଇ ଦେଇଛି, ବିଜେପି କାଲ ହୋଇ ଯାଇଛି, ଆଉ ସର୍ବଶେଷରେ ପୋଲିସ ଡିଜି ନିଜ ଇଜ୍ଜତ୍ ବଂଚାଇ ମୁହଁ ତଳକୁ କରି ଦେଇଛନ୍ତି । ଓଡିଶା ପୋଲିସକୁ ଖୋଲା ଖୋଲି ଧମକ, ଅସମ୍ମାନ, ବେଖାତିର୍ କରିଥିଲେ ବି ଓଡିଶା ପୋଲିସ ନିଜ ଆଡୁ କିଛି ପଦକ୍ଷେପ ନେଇ ନାହିଁ । ଏଥିରୁ ପୋଲିସର ଅସହାୟତା ସ୍ପଷ୍ଟ ବାରି ହେଉଛି । ଏପିରିକି ଦଳ ବି ଚୁପ୍ । ତେବେ ଅନୁମାନ କରନ୍ତୁ ଜଣେ ବିଧାୟକଙ୍କ ଅଭଦ୍ରାମୀ ଆଗରେ ଓଡିଶାର ମୁଖ୍ୟମନ୍ତ୍ରୀ ଓ ପୋଲିସ ଡିଜି କେତେ ଅସହାୟ ।