କଟକରେ ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ପାଳନ

ଆଦିବାସୀମାନଙ୍କ ଜଳ ଜମି ଓ ସେମାନଙ୍କର ଅଧିକାରକୁ ନେଇ ଆଜୀବନ ସଂଗ୍ରାମ କରି ଥିବା ବିର୍ସା ମୁଣ୍ଡାଙ୍କର ଜିଲ୍ଲା ସ୍ତରୀୟ ୧୫୦ ତମ ଜୟନ୍ତୀ ସମାରୋହ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହୋଇଯାଇଅଛି । ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ଜନଯାତୀ ଗୌରବ ଦିବସ ଭାବରେ ପାଳନ କରାଯାଉଛି। ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ସମାରୋହକୁ ରାଜ୍ୟ ଆଇନ୍ ମନ୍ତ୍ରୀ ଶ୍ରୀ ପୃଥିରାଜ୍ ହରିଚନ୍ଦନ ଉଦ୍ଘାଟନ କରି କହିଲେ, ବିର୍ଷାମୁଣ୍ଡାକୁ ନେଇ ଆଦିବାସୀ ମାନେ ନିଜକୁ ଗର୍ବ ଅନୁଭବ କରନ୍ତି। ସେ ଆଦିବାସୀମାନଙ୍କର ଜଳ ଜମି ଓ ଅଧିକାର ନେଇ ଆଜୀବନ ସଂଗ୍ରାମ କରିଆସୁଥିଲେ। ସେହି ଭଳି ବିର୍ସା ମୁଣ୍ଡା ଇଂରେଜ ସରକାରଙ୍କ ବିରୁଦ୍ଧରେ ଆଦିବାସୀମାନଙ୍କୁ ସଂଗଠିତ କରି ସ୍ଵାଧୀନତା ପାଇଁ ଲଢେଇ ଜାରି ରଖିଥିଲେ। ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ବିହାର ରାଜ୍ୟ ଅନ୍ତର୍ଗତ ଜାମୁଇ ଠାରେ ଆଭସି ମାଧ୍ୟମରେ ଜନଜାତିୟ ଗୌରବ ଦିବସ କୁ ଉଦ୍ଘାଟନ କରିଥିଲେ।ଶେଷରେ କଟକ ଜିଲ୍ଲାର ୩୬ ଆଦିବାସୀ ଜନଜାତିର ଅନ୍ତେବାସୀମାନଙ୍କୁ ମନ୍ତ୍ରୀ ପଟ୍ଟା ବିତରଣ କରିଥିଲେ ।ଇଣ୍ଡୋର ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହୋଇଥିବା ଜିଲ୍ଲା ସ୍ତରୀୟ ସମାରୋହରେରେ ସାଂସଦ ଭର୍ତୃହରି ମହତାବ,ମେୟର ସୁବାସ ସିଂ, କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, ମାହାଙ୍ଗା ବିଧାୟକ ସାରଦା ପ୍ରଧାନ ଉପସ୍ଥିତ ଥିଲେ।