ନବୀନଙ୍କ ପଂଚମ ଇନିଂସ ଆରମ୍ଭ
ନବୀନଙ୍କ ପଂଚମ ଇନିଂସ ଆରମ୍ଭ
admin
May 29, 2019 - 06:14
Updated: May 29, 2019 - 06:14
ଭୁବନେଶ୍ୱର: ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ପଂଚମ ଥର ଶପଥ ନେଲେ ନବୀନ ପଟ୍ଟନାୟକ । ପଦ ଓ ଗୋପନୀୟତାର ଶପଥ ପାଠ ରାଜ୍ୟପାଳ ଗଣେଶୀ ଲାଲ କରାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇଂରାଜୀରେ ଶପଥ ପାଠ କରିଛନ୍ତି । ଆଜି ପ୍ରଦର୍ଶନି ପଡିଆରେ ଭବ୍ୟ ସମାରୋହରର ଆୟୋଜନ କରାଯାଇଛି । ନବୀନଙ୍କ ସହ ମନ୍ତ୍ରୀ ମଣ୍ଡଳର ଅନ୍ୟ ସଦସ୍ୟ ମାନଙ୍କୁ ରାଜ୍ୟପାଳ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ୨୦ ଜଣିଆ ମନ୍ତ୍ରମଣ୍ଡଳ ମଧ୍ୟରୁ ୧୧ ଜଣ କ୍ୟାବିନେଟ ମନ୍ତ୍ରୀ ଓ ୯ ଜଣ ରାଷ୍ଟ୍ରମନ୍ତ୍ରୀ ଶପଥ ପାଠ କରିଛନ୍ତି । ପ୍ରଫୁଲ ମଲ୍ଲିକ, ଟୁକୁନି ସାହୁ, ନିରଞ୍ଜନ ପୂଜାରୀ, ବିକ୍ରମ କେଶରୀ ଆରୁଖ , ରଣେନ୍ଦ୍ର ପ୍ରତାପ ସ୍ୱାଇଁ , ଅରୁଣ ସାହୁ , ସୁଦାମ ମାରାଣ୍ଡି, ପଦ୍ମନାଭ ବେହେରା , ସୁଶାନ୍ତ ସିଂ , ନବକିଶୋର ଦାସ , ପ୍ରତାପ ଜେନା କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ପାଠ କରିଛନ୍ତି । ସେହିପରି ୯ ଜଣ ରାଷ୍ଟମନ୍ତ୍ରୀ ଅଶୋକ ପଣ୍ଡା, ସମୀର ରଞ୍ଜନ ଦାସ, ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଦିବ୍ୟଶଙ୍କର ମିଶ୍ର , ପ୍ରେମାନନ୍ଦ ନାଏକ , ରଘୁନନ୍ଦନ ଦାସ , ପଦ୍ମିନୀ ଦିଆନ , ତୁଷାରକାନ୍ତି ବେହେରା ଓ ଜଗନ୍ନାଥ ସାରକା ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।
କ୍ରମାଗତ ୫ମ ଥର ପାଇଁ ରାଜ୍ୟବାସୀଙ୍କ ଆଶୀର୍ବାଦରେ ବିଜୁ ଜନତା ଦଳ ପୁଣି ସରକାର ଗଠନ କରିଛନ୍ତି । ପ୍ରଥମ ଥର ପାଇଁ ରାଜଭବନ ବାହାରେ ପ୍ରଦର୍ଶନୀ ପଡିଆରେ ଆୟୋଜନ କରାଯାଇଛି । ନିର୍ବାଚିତ ବିଧାୟକ, ସାଂସଦ, ନେତା ଓ କର୍ମକର୍ତାଙ୍କ ଉପସ୍ଥିତିରେ କ୍ରମାଗତ ୫ମ ପାଳିର ଇନିଂସ ଆରମ୍ଭ କରିଛନ୍ତି ନବୀନ । ଦେଶର ରାଜନୈତିକ ଇତିହାସରେ ଯୋଡି ହୋଇଯାଇଛି ଏକ ନୂଆ ଫର୍ଦ୍ଦ ।