ବୁଦ୍ଧିଆ ହେଉଛି ସ୍ମାର୍ଟଫୋନ

ବୁଦ୍ଧିଆ ହେଉଛି ସ୍ମାର୍ଟଫୋନ

ବୁଦ୍ଧିଆ ହେଉଛି ସ୍ମାର୍ଟଫୋନ
କୃତ୍ରିମ ବୁଦ୍ଧିମତା( ଆର୍ଟିଫିସିଆଲ ଇଟେଂଲିଜେନ୍ସ) ଏବେ କେବଳ ରୋବଟିକ୍ସରେ ସୀମିତ ହୋଇ ରହିନାହିଁ । ସ୍ତାର୍ଟଫୋନରେ ବି ଏହାର ଖୁବ ବ୍ୟବହାର କରାଯାଉଛି । କାଉଂଟରପଏଂଟ ପକ୍ଷରୁ ଏ ସଂକ୍ରାନ୍ତରେ କରାଯାଇଥିବା ଗବେଷଣାରେ ଜଣାଯାଇଛି ଯେ ୨୦୨୨ ମସିହା ସୁଦ୍ଧା ପ୍ରତି ଚାରୋଟି ଫୋନରୁ ୩ ଟିରେ ଆର୍ଟିଫିସିଆଲ ଇଟେଂଲିଜେନ୍ସ ପ୍ରୋସେସର ରହିବ । ୨୦୧୮ରେ ୧୯ କୋଟି ଏଆଇ ଯୁ୍କ୍ତ ଫୋନ ବିକ୍ରୀ ହେଇଥିବା ବେଳେ ୨୦୨୨ ସୁଦ୍ଧା ବିକ୍ରୀ ସଂଖ୍ୟା ୧୨୫ କୋଟିକୁ ବୃଦ୍ଧି ପାଇବ । କାଉଂଟର ପଏଂଟର ସହଯୋଗୀ ଗବେଷଣା ନିର୍ନେଶକ ଗାରେଥ ଓଭେନଙ୍କ କହିବା ଅନୁସାରେ, ଭଏସ ଆସିଷ୍ଟାଂଟ ଟେକ୍ନୋଲୋଜି ଏହି ବ୍ୟବସ୍ଥାର ପ୍ରଥମ ଉପଯୋଗ । ହୁଆୱେ ଏବଂ ଏପଲ ୨୦୧୭ ସେପ୍ଟେମ୍ବର ମାସରେ ଏଆଇ ପ୍ରେସେସର ଥିବା ସ୍ମାର୍ଟ ଫୋନ ଆଣିଥିଲେ । ଏହାର ମୁଖ୍ୟ ଉଦେ୍ଧଶ୍ୟ ଏଆଇ ପ୍ରୋସେସିଂ ବଢାଇବା ଏବଂ ଫୋନରେ ଚାର୍ଜ ଦୀର୍ଘସମୟ ଧରି ରହିବା ।