ଡାଇବେଟିସର କାରଣ ହୋଇପାରେ ସ୍ମାର୍ଟ ଫୋନ

ଡାଇବେଟିସର କାରଣ ହୋଇପାରେ ସ୍ମାର୍ଟ ଫୋନ

ଡାଇବେଟିସର କାରଣ ହୋଇପାରେ ସ୍ମାର୍ଟ ଫୋନ
ବର୍ତମାନ ସ୍ମାର୍ଟ ଫୋନ ଯୁଗ । ହେଲେ ସମୟ ଆସିଲେ ଏହା ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ । ଅର୍ଥାତ ଏଭଳି ଅଭ୍ୟାସ ଯୋଗୁଁ ଡାଇବେଟିସ ଦ୍ୱାରା ଆକ୍ରାନ୍ତ ହେବାର ଆଶଙ୍କା ରହିଛି । ବିଶେଷ ଭାବରେ ଛୋଟ ପିଲାମାନେ ଏପରି ଅଭ୍ୟାସରୁ ବିରତ ରହିବା ଦରକାର ବୋଲି ସଦ୍ୟତମ ଗବେଷଣାରୁ ଜାଣିବାକୁ ମିଳିଛି । ଏଭଳି ବିଷୟବସ୍ତୁକୁ ନେଇ ଆମେରିକୀୟ ବିଶେଷଜ୍ଞମାନେ ନିକଟରେ କରିଥିବା ଗବେଷଣାରେ ଛୋଟ ପିଲାଙ୍କୁ ସାମିଲ କରିଥିଲେ । ଏହି ସମୟରେ ସେମାନଙ୍କର ରକ୍ତରେ ସୁଗାର ପରିମାଣ କେତେ ରହୁଛି ତାହା ଜାଣିବା ଲାଗି ପରୀକ୍ଷା କରାଯାଇଥିଲା । ଆଶ୍ଚର୍ଯ୍ୟର କଥା ସେମାନଙ୍କ ମଧ୍ୟରୁ ପ୍ର୍ରା ୩୫% ପିଲାଙ୍କ ରକ୍ତରେ ସୁଗାର ଥିବା ଗବେଷଜ୍ଞମାନେ ଜାଣିବାକୁ ପାଇଥିଲେ । ଏଭଳି ଅଭ୍ୟାସ ପାଇଁ ସେମାନଙ୍କର ରକ୍ତରେ ସୁଗାର ପରିମାଣ କେତେକାଶଂରେ ବଢ଼ିଥାଏ । ଫଳରେ ସେମାନେ ଡାଇବେଟିସ ଦ୍ୱାରା ଆକ୍ରାନ୍ତ ହୋଇଥାନ୍ତି । ତେଣୁ ପିଲାମାନେ ଏକ ନିର୍ଦ୍ଦିଷ୍ଟ ସମୟରେ ସ୍ମାର୍ଟ ଫୋନ ବ୍ୟବହାର କରିବା ସହିତ ନିଜକୁ କମ୍ପ୍ୟୁଟର ସହ କମ୍ ଜଡିତ ରଖିବା ଦରକାର ବୋଲି ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ।