ସୁନା ପାଇଖାନା
ସୁନା ପାଇଖାନା
admin
May 17, 2019 - 11:35
Updated: May 17, 2019 - 11:35
ଆଶ୍ୱର୍ଯ୍ୟ ଲାଗିଲେ ବି ସତ । ଆଗରୁ ସୁନା ପାଇଖାନା ସମ୍ପର୍କରେ ଶୁଣିଥିବେ । ଏବେ କିନ୍ତୁ ସାଧାରଣ ଲୋକ ମଧ୍ୟ ଏହାକୁ ବ୍ୟବହାର କରିବାର ସୁଯୋଗ ପାଇବେ । ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଇଂଲଣ୍ଡକୁ ପରାଜୟରୁ ରକ୍ଷା କରିଥିବା ତତକାଳୀନ ପ୍ରଧାନମନ୍ତ୍ରୀ ୱିନଷ୍ଟନ ଚର୍ଚ୍ଚିଲଙ୍କୁ ଏମିତିରେ ରାଜନୀତି ଓ ଦେଶ ନିର୍ମାଣ କ୍ଷେତ୍ରରେ ଜଣେ ନାୟକ ଭାବେ ବର୍ଣ୍ଣନା କରାଯାଇଛି । ଏବେ ତାଙ୍କ ନାମ ଏହି ପାଇଖାନାକୁ ନେଇ ପୁଣି ଚର୍ଚ୍ଚାକୁ ଆସିଛି । ବ୍ରିଟେନର ଯେଉଁ ପ୍ରାସାଦରେ ୧୮ କ୍ୟାରେଟ ସୁନା ନିର୍ମିତ ଏହି ପାଇଖାନା ଲାଗୁଛି ସେଠାରେ ଚଚ୍ଚିଲ ଜନ୍ମଗ୍ରହଣ କରିଥିଲେ । ଏହି କମୋଡ ପାଇଖାନାଟି ଏକ ଦର୍ଶନୀୟ କଳାକୃତି । ମୋରିସ୍ରିୟୋ କ୍ୟାଟଲେନ ଏହାକୁ ନିର୍ମାଣ କରିଛନ୍ତି । ଅକ୍ସଫୋର୍ଡସାୟରର ବ୍ଳେନହିମ ପ୍ରାସାଦରେ ଏହା ଲାଗୁଛି । ଏହାକୁ ସଫା କରିବା ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି, ଯେପରି ସୁନାର ଉଜ୍ଜଳତା ନକମେ । କେହି ଏହାକୁ ବ୍ୟବହାର କରୁଥିବା ବେଳେ ବାହାରେ ସୁରକ୍ଷାକର୍ମୀ ଜଗି ରଖିବେ । ପୂର୍ବରୁ ଏହାକୁ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟମ୍ପଙ୍କୁ ପ୍ରଦାନ କରିବା ଲାଗି ପ୍ରସ୍ତାବ ଥିଲା । ୨୦୧୬ରେ ନୁ୍ୟୟକର ଗୁଗେନହେମ ପ୍ରସାଦରେ ଏଭଳି ସୁନା ପାଇଖାନା ଲାଗିବା ବେଳେ ଏହାକୁ ବ୍ୟବହାର ଅନୁମତି ଦିଆଯିବା ସମୟର ଦୁଇଘଂଟା ପୂର୍ବରୁ ଲୋକ ଧାଡି ବାନ୍ଧୁଥିଲେ । ପ୍ରତି ୧୫ ମିନିଟରେ ପାଇଖାନା ସଫା କରାଯାଉଥିଲା । ନିର୍ଦ୍ଧିଷ୍ଟ ଅବଧି ମଧ୍ୟରେ ୧ ଲକ୍ଷରୁ ଅଧିକ ଲୋକ ଏହି ପାଇଖାନା ଦେଖିବାକୁ ଯାଇଥିଲେ । ସୋସିଆଲ ମିଡିଆରେ ଏହାର ସଂଖ୍ୟାଧିକ ଫଟୋ ଏବଂ ସେଲଫି ପୋଷ୍ଟ କରାଯାଇଥିଲା ।