ସ୍ୱାମୀଙ୍କ ପାଇଁ ଗାଇଲେ

ସ୍ୱାମୀଙ୍କ ପାଇଁ ଗାଇଲେ

ସ୍ୱାମୀଙ୍କ ପାଇଁ ଗାଇଲେ
ସ୍ୱାମୀଙ୍କ ‘ଫିଲ୍ମରେ ଗୀତ ଗାଇ ଓଲିଉଡକୁ କଣ୍ଠଶିଳ୍ପୀ ରୂପେ ଏଣ୍ଟ୍ରି କଲେ ସ୍ତ୍ରୀ । ଯଦିଓ ଏହିଭଳି ଅନେକ ଘଟଣା ଓଡ଼ିଆ ଚଳଚ୍ଚିତ୍ର ଅତୀତ ପୃଷ୍ଠାରେ ଲିପିବଦ୍ଧ କିନ୍ତୁ ଏ ଧାରା ପ୍ରବାହିତ । ଏମିତି ଘଟଣା ଘଟିଛି ମୁକ୍ତିଲାଭ ଅପେକ୍ଷାରେ ଥିବା ଓଡ଼ିଆ ଚଳଚ୍ଚିତ୍ର ‘ତୋ ପାଇଁ େ‘ରିବି ବସୁଧା ଚିରି’ରେ । ସିନେମାର ମୁଖ୍ୟ ଭୂମିକାରେ ଥିବା ଅଭିନେତା ଚନ୍ଦନ କରଙ୍କ ସ୍ତ୍ରୀ ଗୀତା ଚନ୍ଦନ କର ଏହି ‘ିଲ୍ମରେ ଗୀତ ଗାଇ ସିନେ ଦୁନିଆରେ ପାଦ ଥାପିଛନ୍ତି । ଓଡ଼ିଶାର ପ୍ରସିଦ୍ଧ ତବଲା ବାଦକ ଗୁରୁ ଉମେଶ ଚନ୍ଦ୍ର କରଙ୍କ ଝିଅ ଭାବେ ପରିଚିତା ଗୀତା, ଏବେ ବାପାଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ପିଲାଦିନରେ ଯେଉଁ ସ୍ୱପ୍ନ ଦେଖିଥିଲେ ତାକୁ ପୂରା କରିଛନ୍ତି । ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତରେ ଅଭିଜ୍ଞତା ଥିବା ଗୁରୁ ଡେଭିୟସ ରାଓଙ୍କ ପାଖରେ ସଙ୍ଗୀତ ଶିକ୍ଷା କରୁଥିଲେ । ସ‘୍ଟୱେର କ୍ଷେତ୍ରରେ କାର୍ଯ୍ୟ କରୁଥିବାରୁ ବ୍ୟସ୍ତବହୁଳ ଜୀବନ ଭିତରୁ ସମୟ କାଢ଼ି ସଙ୍ଗୀତ ସାଧନା ଜାରି ରଖିଥିଲେ । ସଙ୍ଗୀତା ପଣ୍ଡାଙ୍କ ଅଧୀନରେ ସଙ୍ଗୀତ ଶିକ୍ଷା ଜାରି ରଖିବା ସହ ଏବେ ମଳୟ ମିଶ୍ରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ପ୍ରସ୍ତୁତ ଚଳଚ୍ଚିତ୍ର ପାଇଁ ଗୀତ ଗାଇଛନ୍ତି । ତାଙ୍କୁ ସାଥ ଦେଇଛନ୍ତି ଆଉ ଜଣେ ଯୁବ ଗାୟକ । ଦୁହେଁ ମିଶି ଗୀତଟିଏ ଗାଇଛନ୍ତି ।