ମାନସିକ ପୂରଣ ହେବାରୁ ମନ୍ଦିରରେ ଭୋଗ ଲାଗିଲା ୧୦୧ଟି ଓଲ୍ଡ-ମଙ୍କ ମଦ ବୋତଲ

ମାନସିକ ପୂରଣ ହେବାରୁ ମନ୍ଦିରରେ ଭୋଗ ଲାଗିଲା ୧୦୧ଟି ଓଲ୍ଡ-ମଙ୍କ ମଦ ବୋତଲ

ମାନସିକ ପୂରଣ ହେବାରୁ ମନ୍ଦିରରେ ଭୋଗ ଲାଗିଲା ୧୦୧ଟି ଓଲ୍ଡ-ମଙ୍କ ମଦ ବୋତଲ
କେରଳ : କେରଳର କୋଲକାତାରେ ଥିବା ଦୁର୍ଯ୍ୟଧନ ମନ୍ଦିରରେ ଏକ ଅଜବ ପ୍ରଥା ରହିଛି । ଏଡକ୍କଡ ଅଂଚଳରେ ସ୍ଥିତ ଏହି ମନ୍ଦିରର ସମ୍ପୂର୍ଣ୍ଣ ନାମ ପୋଋବୋଝୀ ପରୁବେଥୀ ମଲନାଡ ଦୁର୍ଯ୍ୟଧନ ମନ୍ଦିର । ଏଠାରେ ଭଗବାନଙ୍କ ନାମରେ ମଦ ବୋତଲ ପ୍ରସାଦ ଚଢାଯାଏ । ତେବେ ଗତ ଶୁକ୍ରବାର ଦିନ ଏହି ମନ୍ଦିରରେ ଏକ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏଠାରେ ଜଣେ ଭକ୍ତ ତାଙ୍କର ମାନସିକ ପୂର୍ଣ୍ଣ ହୋଇଥିବାରୁ ସେ ୧୦୧ଟି ଓଲ୍ଡ ମଙ୍କ ବୋତଲ ଚଢାଇଛନ୍ତି । ମନ୍ଦିରର ନାମକରଣ ଏପରି ହେବାର ରହସ୍ୟ ହେଉଛି ଯେ, ଥରେ ଏହି ଗ୍ରାମକୁ ଦୁର୍ଯ୍ୟଧନ ଆସିଥିଲେ । ତାଙ୍କୁ ସେତେବେଳେ ଶୋଷ ଲାଗିଥିଲା । ସେ ଗ୍ରାମରେ ଥିବା ଜଣଙ୍କ ଘରେ ପାଣି ପିଇବା ପାଇଁ ମାଗିଥିଲେ କିନ୍ତୁ ତାଙ୍କୁ ତାଡି ପିଇବା ପାଇଁ ମିଳିଥିଲା । ତେଣୁ ସେ ଖୁବ୍ ଖୁସୀ ହୋଇଯାଇଥିଲେ ବୋଲି ମାନ୍ୟତା ରହିଛି ।