ଗର୍ଭାବସ୍ଥାରେ ଯାତ୍ରା କରୁଥିଲେ ଏସବୁ ପ୍ରତି ଗୁରୁତ୍ବ ଦିଅନ୍ତୁ
ଗର୍ଭାବସ୍ଥାରେ ଯାତ୍ରା କରୁଥିଲେ ଏସବୁ ପ୍ରତି ଗୁରୁତ୍ବ ଦିଅନ୍ତୁ
ଗର୍ଭାବସ୍ଥା ସମୟ ପ୍ରତ୍ୟେକ ନାରୀଙ୍କ ପାଇଁ ଏକ ଘଡି ସନ୍ଧି ମୂହୂର୍ତ୍ତ ହୋଇଥାଏ । କୁହାଯାଏ ଗର୍ଭବତୀ ମାନେ ସବୁବେଳେ ଖୁସିରେ ରହିବା ଆବଶ୍ୟକ । କାରଣ ଏହାର ପ୍ରଭାବ ଜନ୍ମିତ ଶିଶୁ ଉପରେ ପଡିଥାଏ । ତେଣୁ ସେମାନଙ୍କୁ ଖୁସିରେ ରଖିବା ପାଇଁ ଦୂର ଜାଗାକୁ ନେବାକୁ ପଡିଥାଏ । କିନ୍ତୁ ଏହି ସମୟରେ କିଛି ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଧ୍ୟାନ ଦେବାକୁ ପଡିଥାଏ। ଯେମିତିକି,
-ଯଦି ଆପଣ ଗର୍ଭବତୀ ଅଛନ୍ତି ଓ କେଉଁଠିକି ଏକୁଟିଆ ବୁଲିବାକୁ ଯାଉଛନ୍ତି, ତେବେ ଡାକ୍ତରଙ୍କ ପରାମର୍ଶ ନେବା ନିହାତି ଜରୁରୀ । ଯଦି କିଛି ମେଡିସିନ ଖାଉଛନ୍ତି, ତେବେ ଏହାକୁ ଭୁଲନ୍ତୁ ନାହିଁ । ଔଷଧ ସେବନରେ ହେଳା କରନ୍ତୁ ନାହିଁ ।
-ଯଦି ଗର୍ଭଧାରଣକୁ ୪ କିମ୍ବା ୫ ମାସ ହୋଇଥାଏ, ତେବେ ଟ୍ରେନରେ ଯାତ୍ରା କରିବା ସମୟରେ ଶୋଇବା ପାଇଁ ତଳ ସିଟ୍ ରିଜରର୍ଭେସନ କରନ୍ତୁ । କାରଣ ଏପରି କରିବା ଫଳରେ ଉପରକୁ ଚଢିବାକୁ ପଡି ନ ଥାଏ ।
-ଯେତେବେଳେ ବୁଲିବାକୁ ଯାଉଛନ୍ତି, ଡାକ୍ତରଙ୍କ ପରାମର୍ଶ କ୍ରମେ ଏକ ଡାଏଟ୍ ଚାଟ ପ୍ରସ୍ତୁତ କରନ୍ତୁ । କେତେବେଳେ କ’ଣ ଖାଇବେ ତାହା ସାଥିରେ ଧରି ଯାଆନ୍ତୁ । ବାହାରର ଖାଦ୍ୟଠାରୁ ଯଥାସମ୍ଭବ ଦୂରେଇ ରୁହନ୍ତୁ ।
-ଏହି ସମୟରେ ନିଜ ପସନ୍ଦର ଏକ ବହି ପାଖରେ ରଖିଥାନ୍ତୁ । ବିରକ୍ତ ଲାଗିବା ସମୟରେ ପଢିପାରିବେ ।
-ପାଣି ପିଇବା ଉପରେ ଧ୍ୟାନ ରଖନ୍ତୁ ।