ପୁରୀ ଉଭୟ ବର୍ଗରେ ଚମ୍ପିୟାନ୍, ପ୍ରତିଯୋଗିତାରୁ ଅନେକ ପ୍ରତିଭା ସମ୍ପନ ଖେଳାଳୀ ଦୃଷ୍ଟିକୁ ଆସିଛନ୍ତି
କଟକରେ ଶେଷ ହେଲା ୩୭ ତମ ରାଜ୍ୟ ଯୁବ ବାସ୍କେଟ ବଲ ପ୍ରତିଯୋଗିତା । ଜବାହରଲାଲ ନେହେରୁ ଇଣ୍ଡୋର୍ ଷ୍ଟାଡିୟମ୍ ଠାରେ ଚଳିତ ମାସ ୧୦ ତାରିଖରୁ ଆରମ୍ଭ ହୋଇଥିବା ରାଜ୍ୟ ସ୍ତରୀୟ ବସ୍କେଟ୍ ବଲ୍ ପ୍ରତିଯୋଗିତା ୧୩ ତାରିଖରେ ଶେଷ ହୋଇଛି । ଉଭୟ ପୁରୁଷ ଓ ମହିଳା ବର୍ଗରେ ପୁରୀ ଜିଲ୍ଲା ବିଜୟ ଲାଭ କରିଛି। ଉଦଯାପନୀ ଦିବସରେ ରାଜ୍ୟ କ୍ରୀଡା ବିଭାଗର ନିର୍ଦ୍ଦେଶକ ସିଦ୍ଧାର୍ଥ ଦାସ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବିଜୟୀ ଟିମକୁ ପୁରସ୍କାର ବିତରଣ କରୀଥିଲେ । ରାଜ୍ୟରେ ବାସ୍କେଟବଲ କ୍ରୀଡାର ବିକାଶ ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ହାତକୁ ନେଇଛନ୍ତି। ତୃଣମୂଳ ସ୍ତରରୁ ଖେଳାଲି ଚୟନ ଓ ଦକ୍ଷତା ବିକାଶ କରାଯିବ, ସେ ନେଇ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ଆୟୋଜନ କରାଯାଉଛି। ରାଜ୍ୟ ବାସ୍କେଟବଲ ସଂଘ ବିଗତ ବର୍ଷରେ ଅନେକ ଦକ୍ଷତାବାନ ଖେଳାଳି ସୃଷ୍ଟି କରିପାରିଛ । ତେବେ ଖେଳକୁ କିପରି ଅଧିକ ମାତ୍ରାରେ ବିକଶିତ କରି ହେବ ସେ ନେଇ ଯୋଜନା କରାଯିବ ବୋଲି କହିଛନ୍ତି ନିର୍ଦ୍ଦେଶକ । ଅନ୍ୟପଟେ ରାଜ୍ୟ ବାସ୍କେଟବଲ ସଂଘର ସମ୍ପାଦକ ଅଶୋକ କୁମାର ସାହୁ କହିଛନ୍ତି ବିଗତ ୪ ଦିନ ଧରି ଯେଉଁ ରାଜ୍ୟ ସ୍ତରୀୟ ମୁକାବିଲା କରାଗଲା ସେଥିରୁ ବହୁ ଦକ୍ଷ ଖେଳାଳି ନଜରକୁ ଆସିଛନ୍ତି। ଆଗାମୀ ଦିନରେ ହେବାକୁ ଥିବା ଜାତୀୟ ପ୍ରତିଯୋଗିତା ପାଇଁ ସେମାନଙ୍କୁ ଚୟନ କରାଯିବ ଓ ସେମାନେ ନିଶ୍ଚୟ ଓଡ଼ିଶାକୁ ଜାତୀୟ ସ୍ତରରେ ଗୌରବାନିତ୍ୟ କରିବେ ବୋଲି କହିଛନ୍ତି।