ଛଚାନପାଲି ଠାରେ ଥିବା ରୁକ୍ମଣୀ ଲାଠ୍ ବାଲ ନିକେତନ ଠାରେ ପାଳିତ

ଛଚାନପାଲି ଠାରେ ଥିବା ରୁକ୍ମଣୀ ଲାଠ୍ ବାଲ ନିକେତନ ଠାରେ ପାଳିତ

ସମ୍ବଲପୂର ଜିଲ୍ଲାର ଛଚାନପାଲି ଠାରେ ଥିବା ରୁକ୍ମଣୀ ଲାଠ୍ ବାଲ ନିକେତନ ଠାରେ ପଶ୍ଚିମ ଓଡ଼ିଶାର ଜଣାଶୁଣା ସ୍ୱାଧିନତା ସଂଗ୍ରାମୀ ସ୍ୱର୍ଗିୟ ପ୍ରଭାବତି ଦେବୀଙ୍କ ୨୬ ତମ ଶ୍ରାଦ୍ଧବାର୍ଷିକୀ ପାଳନ କରାଯାଇଥିଲା। ଏହି ଉପଲକ୍ଷେ ବାଲ ନିକେତନ ପରିସରରେ ଅନ୍ତେବାସୀଙ୍କ ପାଇଁ ସ୍ୱାସ୍ଥ୍ୟଶିବିର ଆୟୋଜିତ ହେବା ସହ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସ୍ୱାଧିନତା ସଂଗ୍ରାମୀ ସ୍ୱର୍ଗିୟ ପ୍ରଭାବତି ଦେବୀଙ୍କ ଦେଶର ସ୍ବାଧିନତା ଆନ୍ଦୋଳନରେ ଥିବା ଅତୁଳନୀୟ ଅବଦାନ ନେଇ ସ୍ମୂତିଚାରଣ କରାଯାଇଥିଲା। ଏଥିସହ ତାଙ୍କର ଥିବା ସମାଜସେବା, ପରୋପକାର ଗୁଣ ଓ ଅନାଥ ଶିଶୁମାନଙ୍କ ପ୍ରତି ଥିବା ଯତ୍ନ ଭଲପାଇବା  ଗୁଣକୁ ନେଇ ଆଲୋଚନା କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଏହି ଉପଲକ୍ଷେ ତିଲତର୍ପଣ କାର୍ଯ୍ୟକ୍ରମ ସହ ରୁକ୍ମଣୀ ଲାଠ ବାଲନିକେତନ ଠାରେ ବିଶିଷ୍ଟ ଚିକିତ୍ସକମାନଙ୍କ ପକ୍ଷରୁ ଅନ୍ତେବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ପରେ ବାଲନିକେତନ ପରିସରରେ ଥିବା ପ୍ରତିମୂର୍ତ୍ତି ଓ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାଂଜଳି ସଭା ମଧ୍ୟ ଅନୁଷ୍ଠିତ ହୋଇଯାଇଛି। ଏ‌ହି ଅବସରରେ ଜିଲ୍ଲା ଶିଶୁ କଲ୍ୟାଣ ସମିତିର ଅଧ୍ୟକ୍ଷ ପ୍ରଶାନ୍ତ ପାଢ଼ୀଙ୍କ ସମେତ ସ୍ଥାନୀୟ ଅଞ୍ଚଳର ବହୁ ଜନପ୍ରତିନିଧି , ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ମାନେ ମଧ୍ୟ ଉପସ୍ଥିତ ରହିଥିଲେ।