ଆଜି ଭଞ୍ଜନଗର ବନ୍ଦ

ଆଜି ଭଞ୍ଜନଗର ବନ୍ଦ

ଆଜି ଭଞ୍ଜନଗର ବନ୍ଦ
ଭଞ୍ଜନଗର: ଓଡିଶା ରାଜ୍ୟ ସଡକ ପରିବହନ ନିଗମ ଭଂଜନଗର ଜୋନରୁ ଚଳାଚଳ କରୁଥିବା ସମସ୍ତ ବସର ସ୍ଥାନାନ୍ତର ପ୍ରକିୟା ନିଦେ୍ର୍ଧଶକୁ ବିରୋଧ କରି ଗତ ଏକ ସପ୍ତାହରୁ ଉଦ୍ଧ୍ୱର୍ ସମୟ ଧରି ବାଦ ପ୍ରତିବାଦ, ଆନେ୍ଦାଳନ , ବିକ୍ଷୋଭ ଓ ଶୋଭାଯାତ୍ରା ପରେ ଆଜି ଭଞ୍ଜନଗର ବନ୍ଦ ଡାକରା ଦିଆଯାଇଛି । ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ ସିଏମଡିଙ୍କ କାର୍ଯ୍ୟାଳୟର ଏହି ନିଷ୍ପତିର ବିରୋଧ କରି ଭଂଜନଗରବାସୀଙ୍କ ତରଫରୁ ଆନେ୍ଦାଳନକୁ ଗତିଶୀଳ କରାଯାଇଛି ବୋଲି କ୍ରିୟାନୁଷ୍ଠାନ କମିଟି ସଭାପତି ଏମ.ତାଜ ଆଦେନୀ କହିଛନ୍ତି ।ଓଏସଆରଟିସି ୟୁନିଟ୍‌କୁ ଭଞ୍ଜନଗରକୁ ଅନ୍ୟତ୍ର ସ୍ଥାନାନ୍ତର ନିଷ୍ପତ୍ତିକୁ ବିରୋଧ ଓ ପ୍ରାୟ ୭ମାସ ହେବ ବକେୟା ଦରମା ନ ମିଳିବାରୁ ଏହି ବନ୍ଦ ଡାକରା ଦିଆଯାଇଥିବା ଜଣାପଡିଛି। ଏହି ବନ୍ଦ ଡାକରାରେ ବିଭିନ୍ନ ସଙ୍ଗଠନ ସହ ଓଏସଆରଟିସି କର୍ମଚାରୀମାନେ ମଧ୍ୟ ସାମିଲ ରହିଛନ୍ତି। ମଙ୍ଗଳବାର ବନ୍ଦକୁ ସଫଳ କରିବା ନିମନ୍ତେ ସୋମବାର ଅପରାହ୍ନରେ ସହରର ବହୁ ସଂଖ୍ୟାରେ ଜନସାଧାରଣ ବୁଦ୍ଧିଜୀବୀ, ସଚେତନ ନାଗରିକ ଓ ବିଭିନ୍ନ ଅନୁଷ୍ଠାନ ତରଫରୁ ସହରରେ ସଚେତନତା ଶୋଭାଯାତ୍ରା କରାଯାଇଛି । ଭଂଜନଗର ଓକିଲ ସଂଘ ଏଥିରେ ଓତଃ ପ୍ରୋତଭାବେ ଜଡିତ ରହି ବନ୍ଦ ପାଳନ କରିବା ନିମନ୍ତେ ଜନସାଧାରଣଙ୍କୁ ଆହ୍ୱାନ କରିଛନ୍ତି । ଏଥିରେ ଅଖ, ଚକ ବନ୍ଦ ସହ ଦୋକାନ ବଜାର ବ୍ୟବସାୟିକ ପ୍ରତିଷ୍ଠାନ, ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ବନ୍ଦ ରଖିବାକୁ ନିବେଦନ କରାଯାଇଛି।