ଅନଙ୍ଗ ପଟ୍ଟନାୟକ ତଦନ୍ତ କମିଟି ମୁଖ୍ୟ

ଅନଙ୍ଗ ପଟ୍ଟନାୟକ ତଦନ୍ତ କମିଟି ମୁଖ୍ୟ

ଅନଙ୍ଗ ପଟ୍ଟନାୟକ ତଦନ୍ତ କମିଟି ମୁଖ୍ୟ
ନୂଆଦିଲ୍ଲୀ: ପ୍ରଧାନ ବିଚାରପତି ରଂଜନ ଗୋଗାଇଙ୍କ ଉପରେ ଲାଗିଥିବା ଯୌନ ନିର୍ଯ୍ୟାତନା ଅଭିଯୋଗର ଆଜି ଶୁଣାଣୀ ହୋଇଛି । ସୁପ୍ରିମକୋର୍ଟ ନ୍ୟାୟପାଳିକା ଉପରେ ଜାଣିଶୁଣି ଷଡଯନ୍ତ୍ର ଲଗାଯାଇଥିବା କହିଛନ୍ତି । ଏହାକୁ ବନ୍ଦ କରାଯିବା ଉଚିତ ବୋଲି କହିଛନ୍ତି କୋର୍ଟ ।ଜଷ୍ଟିସ ଉତ୍ସବ ସିଂ ଏହି ମାମଲାର ଶୁଣାଣୀ କରୁଥିଲେ । ଯେଉଁ ମାମଲାରେ ରଂଜନ ଗୋଗାଇଙ୍କୁ ଷଡଯନ୍ତ୍ର କରି ଫଶା ଯାଇଥିବା ଉଲ୍ଲେଖ ରହିଛି । ଧନୀ ଏବଂ ପ୍ରଭାବଶାଳୀ ଏହି କୋର୍ଟକୁ ନିୟନ୍ତ୍ରଣ କରିପାରିବେନି କି ଏହାକୁ ଚଳାଇପାରିବେ ନାହିଁ। ଏହାସହ ସେ କିଛି ପ୍ରମାଣ ମଧ୍ୟ ଦାଖଲ କରିଥିଲେ । ଜଷ୍ଟିସ ଗୋଗୋଇଙ୍କ ନାଁରେ ତାଙ୍କ ଅଧସ୍ତନ ଜଣେ ଅଭିଯୋଗ ଆଣିଛନ୍ତି । ସୂଚନାଯୋଗ୍ୟ, ସୁପ୍ରିମକୋର୍ଟର ଜଣେ ପୂର୍ବତନ ମହିଳା କର୍ମଚାରୀ ପ୍ରଧାନ ବିଚାରପତିଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଥିଲେ। ଏହା ପ୍ରଧାନ ବିଚାରପତିଙ୍କ ବିରୋଧରେ ଏକ ଷଡ଼ଯନ୍ତ୍ର ବୋଲି ଦାବି କରି ଆଇନଜୀବୀ ଉତ୍ସବ ବେନ୍‌ସ ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ କରିଥିଲେ। ଗତ ବୁଧବାର ସୁପ୍ରିମକୋର୍ଟର ୩ ଜଣିଆ ଖଣ୍ଡପୀଠ ସିବିଆଇ, ଗୋଇନ୍ଦା ବ୍ୟୁରୋ ଏବଂ ଦିଲ୍ଲୀ ପୁଲିସକୁ ଆଇନଜୀବୀ ଉତ୍ସବ ବେନ୍‌ସଙ୍କ ଦାବି ଉପରେ ତଦନ୍ତ କରିବାକୁ ନିର୍ଦେଶ ଦେଇଛନ୍ତି।