ଯୋଡାଶିଶୁଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ଟିମ ଗଠନ

ଯୋଡାଶିଶୁଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ଟିମ ଗଠନ

ଯୋଡାଶିଶୁଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ଟିମ ଗଠନ
ଭୁବନେଶ୍ୱର : ଢେଙ୍କାନାଳ ଯୋଡ଼ା ପେଟ ଶିଶୁ କନ୍ୟାଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ଡାକ୍ତରୀ ଟିମ । ଅପରେସନ ପାଇଁ କଟକ ଶିଶୁଭବନରେ ୭ ଜଣିଆ ଡାକ୍ତରୀ ଟିମ୍ ଗଠନ କରାଯାଇଛି । ଡାକ୍ତର ହିରଣ୍ୟ ମହାନ୍ତିଙ୍କ ନେତୃତ୍ୱରେ ଜନ୍ମ ଢେଙ୍କାନାଳ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଜନ୍ମ ନେଇଛନ୍ତି ଯୋଡ଼ା ଶିଶୁ କନ୍ୟା । ଢୋଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଏହି ଶିଶୁ ଜନ୍ମ ନେଇଛନ୍ତି । ଶିଶୁ କନ୍ୟା ଦୁଇ ଜଣଙ୍କର ପେଟ ଏବଂ ଛାତି ଯୋଡ଼ି ହୋଇ ରହିଛି । ତେବେ ସେମାନଙ୍କର ସ୍ୱାସ୍ଥବସ୍ଥା ଠିକ୍ ନଥିବାରୁ କଟକ ଶିଶୁ ଭବନରେ ଏବେ ଚିକିତ୍ସା ଚାଲିଛି । ଯମଜ କନ୍ୟାଙ୍କର ଦୁଇଟି ମୁଣ୍ଡ, ୪ଟି ଗୋଡ, ୪ଟି ହାତ ରହିଥିବାବେଳେ ଉଭୟଙ୍କର ଓଜନ ୪.୩ କିଲୋଗ୍ରାମ ରହିଛି । ଉଭୟଙ୍କର ଗୋଟିଏ ହୃତପିଣ୍ଡ ଥିବା ଅନୁମାନ କରାଯାଉଛି । ତେବେ ଏହି ଶିଶୁକନ୍ୟାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି ।