ଆଉ ଚଳିବ ନାହିଁ ଜୁମଲାବାଜି: ନବୀନ

ଆଉ ଚଳିବ ନାହିଁ ଜୁମଲାବାଜି: ନବୀନ

ଆଉ ଚଳିବ ନାହିଁ ଜୁମଲାବାଜି: ନବୀନ
ଭୁବନେଶ୍ୱର: କେନ୍ଦୁଝର ପାଟଣା ପରେ ପଦ୍ମପୁରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ନିର୍ବାଚନୀ ସଭାରେ କେନ୍ଦ୍ର ସରକାରଙ୍କୁ ପୁଣି ଥରେ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେପି ସରକାର ଗରିବ ବିରୋଧୀ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ବିପର୍ଯ୍ୟୟ ପରେ ଏବେ ଚାଉଳ, ଲୁଣ, ଡାଲି କଥା ମନେପଡିଲା ବୋଲି କହିଛନ୍ତି ନବୀନ । ୫ ବର୍ଷ ହେବ ବିଜେପି ସରକାର କଣ କରୁଥିଲା ବୋଲି ପ୍ରଶ୍ନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଖାଲି ଏତିକି ନୁହେଁ ବିମୁଦ୍ରାକରଣ ଯୋଗୁଁ ଗରିବ ଆହୁରି ଗରିବ ହୋଇଛି । ଗ୍ୟାସ ଓ ପେଟ୍ରୋଲ ଦର ବୃଦ୍ଧି ପାଇବା ଦ୍ୱାରା ଲୋକ ହନ୍ତସନ୍ତ ହୋଇଛନ୍ତି । ଜିଏସଟି ଯୋଗୁଁ ସାଧାରଣ ବ୍ୟବସାୟୀ ପ୍ରଭାବିତ ହୋଇଛନ୍ତି । ୫ ବର୍ଷ ପରେ ଏବେ ଲୋକଙ୍କ କଥା ମନେପଡିଲା । କେନ୍ଦ୍ରର ଆଉ ଜୁମଲାବାଜି ଚଳିବ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।