କାଳିଆକୁ ସୁପ୍ରିମକୋର୍ଟଙ୍କ ନୋଟିସ

କାଳିଆକୁ ସୁପ୍ରିମକୋର୍ଟଙ୍କ ନୋଟିସ

କାଳିଆକୁ ସୁପ୍ରିମକୋର୍ଟଙ୍କ ନୋଟିସ
ଭୁବନେଶ୍ୱର: ‘କାଳିଆ’ ଓ ଏଭଳି କିଛି ଯୋଜନାକୁ ନେଇ ସୁପ୍ରିମକୋର୍ଟ ନୋଟିସ ଜାରି କରିଛନ୍ତି । କାଳିଆ ଯୋଜନା ସମେତ ପିଏମ କିଷାନ, ରୟତ ବନ୍ଧୁ ଓ ମୁଖ୍ୟମନ୍ତ୍ରୀ କୃଷି ଯୋଜନା ନେଇ ସୁପ୍ରିମକୋର୍ଟ ନୋଟିସ ଜାରି କରିଛନ୍ତି । ତେଲେଙ୍ଗାନାର ପେଣ୍ଟାପାଲି ପୁଲାରାଓଙ୍କ ପିଟିସନ ଉପରେ ସୁପ୍ରିମକୋର୍ଟ ଏହି ନୋଟିସ ଜାରି କରିଛନ୍ତି । ଉପରୋକ୍ତ ଯୋଜନାକୁ ବେଆଇନ ଘୋଷଣା କରିବାକୁ ପୁଲାରାଓ ଉକ୍ତ ପିଟିସନ ଜରିଆରେ ଆବେଦନ କରିଛନ୍ତି । ସେ ନିଜ ପିଟିସନରେ ପୁଲାରାଓ ଉଲ୍ଲେଖ କରିଛନ୍ତି ଯେ, ନିର୍ବାଚନ ସମୟରେ ଏଭଳି ଘୋଷଣା ଭୋଟରଙ୍କୁ ପ୍ରଭାବିତ କରୁଛି । ଏଭଳି ଘୋଷରା ଅବାଧ ଓ ମୁକ୍ତ ନିର୍ବାଚନକୁ ପ୍ରଭାବିତ କରୁଛି । ନିର୍ବାଚନର ଅତି କମରେ ୬ ମାସ ପୂର୍ବରୁ ଯୋଜନା ଘୋଷଣା କରାଯାଉ ବୋଲି ନିଜ ପିଟିସନରେ ଉଲ୍ଲେଖ କରିଛନ୍ତି । ତେବେ ପୁଲାରାଓଙ୍କ ପିଟିସନକୁ ସୁପ୍ରିମକୋର୍ଟ ଗ୍ରହଣ କରିବା ସହ ପ୍ରତିପକ୍ଷଙ୍କୁ ନୋଟିସ ଜାରିଛନ୍ତି । ସୁପ୍ରିମକୋର୍ଟ ପ୍ରତିପକ୍ଷ କେନ୍ଦ୍ର ସରକାର, ଓଡ଼ିଆ, ଆନ୍ଧ୍ର, ତେଲେଙ୍ଗାନା ଓ ସିଇସିଙ୍କୁ ଏନେଇ ନୋଟିସ ଜାରି କରିଛନ୍ତି ।