ବୀରମିତ୍ରପୁର ବିଧାନସଭାରେ ହେବ ତ୍ରିମୁଖୀ ଲଢେଇ
ବୀରମିତ୍ରପୁର ବିଧାନସଭାରେ ହେବ ତ୍ରିମୁଖୀ ଲଢେଇ
admin
Mar 29, 2019 - 07:21
Updated: Mar 29, 2019 - 07:21
ବୀରମିତ୍ରପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରି ସାରିଛନ୍ତି । ତେବେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ହେବା ଲାଗି ଆଶାୟୀ ଥିବା ନେତା ଦଳ ଛାଡି ସ୍ୱାଧୀନପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହି ନିର୍ବାଚନମଣ୍ଡଳୀ ବିଦ୍ରୋହୀ ପ୍ରାର୍ଥୀ ହିଁ ବିଜେଡି ଓ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ କଂଟା ସାଜିଥିବା ବେଳେ ବିଜେପି ପ୍ରାର୍ଥୀଙ୍କୁ ନେଇ ଦଳୀୟ କର୍ମୀଙ୍କ ମଧ୍ୟରେ ଦେଖା ଦେଇଥିବା ଅସନ୍ତୋଷ ଏବେ ମଧ୍ୟ ଲାଗି ରହିଛି । ଆଦିବାସୀ ନେତା ତଥା ୨୦୦୯ ଏବଂ ୨୦୧୪ ବିଧାନସଭା ନିର୍ବାଚିତ ହୋଇଥିବା ଜର୍ଜ ତିର୍କୀଙ୍କ ଗଡ କହିଲେ ବୀରମିତ୍ରପୁର ନିର୍ବାଚନମଣ୍ଡଳୀକୁ ବୁଝାଇଥାଏ । କଂଗ୍ରେସରେ ଯୋଗ ଦେଇଥିବା ଜର୍ଜ ଚଳିତ ସାଧାରଣ ନିର୍ବାଚନରେ ସୁନ୍ଦରଗଡ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କ ପୁଅ ରୋହିତ ଯୋଶଫ୍ ତିର୍କୀଙ୍କୁ ବୀରମିତ୍ରପୁର ନିର୍ବାଚନମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ କରାଇଛନ୍ତି । କଂଗ୍ରେସ ପାଇଁ ରୋହିତ ନୂଆ ମୁହଁ । ଏଣୁ ରୋହିତଙ୍କୁ ସହଜରେ ଗ୍ରହଣକରି ପାରୁନାହାନ୍ତି ପୁରୁଣା କଂଗ୍ରେସ କର୍ମୀ । ଟିକେଟ ପାଇଁ ଆଶାୟୀ ଥିବା ଦଳର ପୁରୁଣା କର୍ମୀ ସୁଶୀଲ କିଣ୍ଡୋଙ୍କୁ ପ୍ରାର୍ଥୀ କରା ନଯିବାରୁ ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଯାହାକୁ ନେଇ ରାଜନୈତିକ ମହଲରେ ବେଶ୍ ଆଲୋଚନା ଚାଲିଛି ।
ସେହିପରି ବିଜେଡିରୁ ପ୍ରାର୍ଥୀ ହେବା ଲାଗି ସଞ୍ଜିବ ପ୍ରତାପ ସିଂ ଦେଓ ଆଶା ରଖିଥିଲେ । ମାତ୍ର ତାଙ୍କୁ ଦଳ ଟିକେଟ ଦେଲା ନାହିଁ । ବିଜେଡିର ଟାଣୁଆ ନେତା ତଥା ନୂଆଗାଁ ବ୍ଳକ ଅଧ୍ୟକ୍ଷ ମଖଲୁ ଏକ୍କାଙ୍କୁ ଦଳ ଟିକେଟ ଦେଲା ନାହିଁ । ବିଜେଡିର ଟାଣୁଆ ନେତା ତଥା ନୂଆଗାଁ ବ୍ଳକ ଅଧ୍ୟକ୍ଷ ମଖଲୁ ଏକ୍କାଙ୍କୁ ଦଳ ଟିକେଟ ଦେବାରୁ ସେ ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବିଜେପିରେ ଗୋଷ୍ଠୀ କନ୍ଦଳ କିଛି କମ୍ ନୁହେଁ । ବୀରମିତ୍ରପୁର ନିର୍ବାଚନମଣ୍ଡଳୀ ପାଇଁ ଆଶାୟୀ ଥିବା ସମା ଓରାମଙ୍କୁ ଦଳ ଟିକେଟ ଦେଲା ନାହିଁ । ୨୦୧୪ ସାଧାରଣ ନିର୍ବାଚନ ସମୟରେ ଟିକେଟ ପାଇବେ ବୋଲି ଆଶା ରହିଥିଲେ । ମାତ୍ର ତାହା ପୂରଣ ହୋଇନଥିଲା । ଚଳିତ ନିର୍ବାଚନରେ ବି ଦଳ ତାଙ୍କୁ ଟିକେଟ ଦେଲା ନାହିଁ । ପୂର୍ବତନ ବିଧାୟକ ଶଙ୍କର ଓରାମଙ୍କୁ ବିଜେପି ଟିକେଟ ଦେଇଥିବାରୁ ସେ ନାମାଙ୍କନ ପତ୍ର ଦାଖଲ କରି ସାରିଛନ୍ତି । ଜୁଏଲ ଓରାମ ପୁରୁଣା କର୍ମୀମାନଙ୍କୁ ଉପେକ୍ଷା କରିଛନ୍ତି ବୋଲି ସିଧାସଳଖ ଅଭିଯୋଗ ଆଣିଥିବା କର୍ମୀମାନଙ୍କୁ ଉପେକ୍ଷା କରିଛନ୍ତି ବୋଲି ସିଧାସଳଖ ଅଭିଯୋଗ ଆଣିଥିବା କର୍ମୀମାନେ ଶଙ୍କରଙ୍କ ପ୍ରାର୍ଥୀତ୍ୱକୁ କଦାପି ବରଦାସ୍ତ କରାଯିବ ନାହିଁ ବୋଲି କହି ସାରିଛନ୍ତି । ୨୦୧୪ ସାଧାରଣ ନିର୍ବାଚନରେ ବିଜେପି ପ୍ରାର୍ଥୀ ହୋଇଥିବା ଶଙ୍କର ଓରାମ ଜର୍ଜ ତିର୍କୀଙ୍କ ଠାରୁ ପରାଜିତ ହୋଇଥିଲେ । ପୁଣି ଥରେ କାହିଁକି ତାଙ୍କୁ ଦଳ ଟିକେଟ ଦେଲା ବୋଲି ଓଲଟା ପ୍ରଶ୍ନ କରିଛନ୍ତି କର୍ମୀ । ତିନି ପ୍ରମୁଖ ଦଳ ଭିତରେ ରହିଥିବା ଗୋଷ୍ଠୀ କନ୍ଦଳ ପ୍ରାର୍ଥୀଙ୍କ ପାଇଁ ଆଦୌ ଶୁଭଙ୍କର ନୁହେଁ ବୋଲି ରାଜନୈତିକ ବିଶେଷଜ୍ଞ ମହଲରେ ଆଲୋଚନା ହେଉଛି ।