ବୟସଠୁ ୧୦ ବର୍ଷ କମ୍ ଦେଖାଯିବାକୁ ଚାହାନ୍ତି, ଆପଣାନ୍ତୁ ଏହି ଉପାୟ
ବୟସଠୁ ୧୦ ବର୍ଷ କମ୍ ଦେଖାଯିବାକୁ ଚାହାନ୍ତି, ଆପଣାନ୍ତୁ ଏହି ଉପାୟ
admin
May 21, 2021 - 07:07
Updated: May 21, 2021 - 07:07
ସମସ୍ତେ ନିଜ ବୟସଠଉ କମ୍ ଦେଖାଯିବାକୁ ଚାହିଁଥାନ୍ତି । ସେଥିପାଇଁ ବିଭିନ୍ନ ପ୍ରକାଶ ପ୍ରସାଧାନ ସାମଗ୍ରୀ ବ୍ୟବହାର କରିଥାନ୍ତି । କିନ୍ତୁ ଏହା ଆମ ସ୍କିନରେ କୁପ୍ରଭାବ ପକାଇଥାଏ । ତେବେ ଜାଣିବା କେମିତି ଘରୋଇ ଉପାୟରେ କମ୍ ପଇସା ଖର୍ଚ୍ଚ କରି ନିଜର ବୟସକୁ ୧୦ ବର୍ଷରୁ କମ୍ କରି ପାରିବା ।
ଲେମ୍ବୁର ବିଶେଷତ୍ୱ ବିଷୟରେ ଆମେ ସମସ୍ତେ ଭଲ ଭାବେ ଜାଣିଛନ୍ତି । ଏହା ଓଜନ କମ୍ କରିବା ସହ ଖାଦ୍ୟର ସ୍ୱାଦ ବଢ଼ାଇଥାଏ । ଏହାଛଡ଼ା ଏହା ସୁନ୍ଦର ତ୍ୱଚା ପାଇଁ ମଧ୍ୟ ବ୍ୟବହାର ହୋଇଥାଏ । ଲେମ୍ବୁରୁ ମିଳୁଥିବା ଭିଟାମିଟ ସି ସ୍କିନକୁ ସୁନ୍ଦର କରେ । ବହୁ ସମୟରେ ଲେମ୍ବୁ ରସକୁ ଘରୋଇ ଫେସ୍ ପ୍ୟାକରେ ମିଶାଇ ଲଗାଇଥାନ୍ତି । ଏହାକୁ ଆପଣ ଫେସ ଟୋନର ଭାବେ ବ୍ୟବହାର କରିପାରିବେ । ଲେମ୍ବୁ ସିଧାସଳଖ ମୁହଁରେ ଲଗାଇବା ଉଚିତ ନୁହଁ । ତେଣୁ ଏହାକୁ ଗୋଲାପ ଜଳ କିମ୍ବା ଅନ୍ୟ କେଉଁଥିରେ ମିଶାଇ ଲଗାଇବା ଉଚିତ । ଯଦି ଆପଣ କମ ପଇସାରେ ଟୋନର ତିଆରି କରିବାକୁ ଚାହୁଁଛନ୍ତି ତେବେ ଲେମନ ଟୋନରକୁ ଘରେ ବ୍ୟବହାର କରିବାକୁ ଭୁଲନ୍ତୁ ନାହିଁ । ଏହାର ଆପଣଙ୍କ ସ୍କିନକୁ ଗ୍ଲୋ କରିବା ସହିତ ବୟସ ଠାରୁ କମ୍ ଦେଖାଯାଇଥାଏ ।
ଟୋନର ବିୟୁଟି ସ୍କିନ କେୟାର ରୁଟିନର ଏକ ପ୍ରମୁଖ ଭାଗ । ଟୋନର ସ୍କିନକୁ ସଫା କରେ । ମଶ୍ଚରାଇଜ କରେ । ଫଳରେ ସ୍କିନ୍ ହଳଦିଆ ଓ ଚମକଦାର ଦେଖାଯାଏ । ମୁହଁରେ ବସି ରହିଥିବା ମଇଳାକୁ ସଫା କରିବା ପାଇଁ ଦିନରେ ଥରକୁ ଦୁଇ ଥର ଟୋନର ବ୍ୟବହାର କରିବା ଉଚିତ । ତେବେ କିପରି ଘରେ ତିଆରି କରିବେ ଲେମନ ଟୋନର ।
ପ୍ରଥମେ ୩ଟି ଲେମ୍ବୁକୁ ଭଲ ଭାବେ ଧୋଇ ରଖନ୍ତୁ । ପରେ ଉକ୍ତ ଲେମ୍ବୁର ଚୋପାକୁ କାଟି ଏକ ପାତ୍ରରେ ଅଲଗା କରି ରଖନ୍ତୁ । ଏବେ ଉକ୍ତ ଚୋପାକୁ ଗୋଲାପ ଜଳରେ ମିଶାଇ ମିକ୍ସଚର ବାଟି ଦିଅନ୍ତୁ । ପରେ ଉକ୍ତ ଘୋଳକୁ ଅନ୍ୟ ଏକ ପାତ୍ରରେ ଛାଣି ଦିଅନ୍ତୁ । ଏହା ପରେ ସେଥିରେ ହଳଦୀ ଓ ଏଲୋବେରା ଜେଲ ମିଶାଇ ଦିଅନ୍ତୁ । ପରେ ଏହାକୁ ପୁଣି ଥରେ ଛାଣି ଦିଅନ୍ତୁ । ଏବେ ଉକ୍ତ ମିଶ୍ରଣକୁ ଫ୍ରେ କରୁଥିବା ବୋତଲରେ ପଶାଇ ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଆପଣଙ୍କ ଲେମନ ଟୋନର । ଏହାକୁ ପ୍ରତି ସପ୍ତାହରେ ଥରେ ପ୍ରସ୍ତୁତ କରିବେ । କାରଣ ଏହା ପ୍ରାକୃତିକ ହୋଇଥିବାରୁ ବେଶୀ ଦିନ ପର୍ଯ୍ୟନ୍ତ ଏହାକୁ ବ୍ୟବହାର କରିବା ଉଚିତ୍ ନୁହଁ ।