ଅନଲାଇନ କ୍ଲାସର ନୂଆ ନିୟମ

ଅନଲାଇନ କ୍ଲାସର ନୂଆ ନିୟମ

ଅନଲାଇନ କ୍ଲାସର ନୂଆ ନିୟମ
ନୂଆଦିଲ୍ଲୀ: କରୋନା ପାଇଁ ସ୍କୁଲ, କଲେଜଗୁଡ଼ିକ ବନ୍ଦ ଥିବା ବେଳେ ଅନଲାଇନ ମାଧ୍ୟମରେ ପାଠପଢ଼ାକୁ ଗୁରୁତ୍ୱ ଦିଆଯାଉଛି । ବିଭିନ୍ନ ଘରୋଇ ଓ ସରକାରୀ ଶିକ୍ଷାନୁଷ୍ଠାନ ଗୁଡ଼ିକ ଛାତ୍ରଛାତ୍ରୀ ଅନଲାଇନ ମାଧ୍ୟମରେ ଶିକ୍ଷାଦାନ କରୁଥିବା ବେଳେ ଏଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ କେତେକ ନିୟମାବଳୀ ଜାରି କରାଯାଇଛି । କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ମଙ୍ଗଳବାର ଜାରି କରିଥିବା ନିୟମାବଳୀ ଅନୁଯାୟୀ ପ୍ରି ପ୍ରାଇମେରୀ ବା ନର୍ସରୀ କ୍ଲାସର ଅବଧି ୩୦ ମିନିଟରୁ ଅଧିକ ହେବ ନାହିଁ । ସେହିପରି ୧ ରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ୩୦ ରୁ ୪୫ ମିନିଟ ଅବଧିର ଦୁଇଟି କ୍ଲାସ ଓ ୯ ରୁ ୧୨ ଶ ଶ୍ରେଣୀ ପିଲାଙ୍କ ପାଇଁ ଏହି ଅବଧି ୪ଟି କ୍ଲାସ କରାଯାଇପାରିବ ବୋଲି ବିଭାଗୀୟ ମନ୍ତ୍ରୀ ରମେଶ ପୋଖରୀୟାଲ କହିଛନ୍ତି । ଅନଲାଇନ କ୍ଲାସ ପାଇଁ ପ୍ରଗ୍ୟାତା ନାମରେ ୮ଟି ନିୟମ ଜାରି କରାଯାଇଛି । ଏହି ନିୟମାବଳୀକୁ ସ୍କୁଲର ମୁଖ୍ୟ ଶିକ୍ଷକ, ଅଭିଭାବକ ଅନୁସରଣ କରିବାକୁ କୁହାଯାଇଛି । ସେହିପରି ଅଭିଭାବକ ମାନେ ପିଲାମାନଙ୍କ ଶାରୀରିକ ସ୍ଥିତି ଉପରେ ଗୁରୁତ୍ୱ ଦେବା ଦରକାର । ଯେପରିକି ମାନସିକ ଦିଗ ଓ ଚକ୍ଷୁ ଉପରେ ପଡୁଥିବା ପ୍ରଭାବକୁ ଅନୁଧ୍ୟାନ କରିବା ଦରକାର । ଦୀର୍ଘ ସମୟ ଧରି ଡିଜିଟାଲ ଉପକରଣକ୍ୁ ବ୍ୟବହାର କରିବା ଦ୍ୱାରା ପିଲାମାନଙ୍କ ଚକ୍ଷୁ ଉପରେ ପ୍ରଭାବ ପଡ଼ିଥାଏ । ଅନଲାଇନ କ୍ଲାସ ସମୟରେ ସାଇବର ସୁରକ୍ଷାକୁ ଗୁରୁତ୍ୱ ଦିଆଯିବା ଦରକାର ।