ଫୋନ୍ ଚୋରି ହୋଇଗଲେ ଏମିତି ଡିଲିଟ୍ କରନ୍ତୁ ପର୍ସନାଲ୍ ଡାଟା, ଜାଣନ୍ତୁ ଉପାୟ
ଫୋନ୍ ଚୋରି ହୋଇଗଲେ ଏମିତି ଡିଲିଟ୍ କରନ୍ତୁ ପର୍ସନାଲ୍ ଡାଟା, ଜାଣନ୍ତୁ ଉପାୟ
admin
Feb 27, 2021 - 11:27
Updated: Feb 27, 2021 - 11:27
ଯଦି ଆପଣ ମଧ୍ୟ ଆଣ୍ଡ୍ରଏଡ୍ ଫୋନ୍ ବ୍ୟବହାର କରୁଛନ୍ତି ଏବଂ ଯଦି ଫୋନ୍ ଚୋରି ହୋଇଯାଉଛି ତେବେ ଆପଣ ସହଜରେ ଘରେ ବସି ଫୋନର ଡାଟା ଡିଲିଟ୍ କରିପାରିବେ । ଏହା ଫଳରେ ଫୋନରେ ଥିବା ଆପଣଙ୍କ ପର୍ସନାଲ ଡାଟା, ଫଟୋ, ଭିଡିଓ ଓ ଇମେଲ୍ ସହ ଅନ୍ୟ ଜରୁରୀ ତଥ୍ୟ ମଧ୍ୟ ଡିଲିଟ୍ ହୋଇଯିବ ଏବଂ କୌଣସି ପ୍ରକାର ଚିନ୍ତା କରିବାକୁ ପଡିବନି ।
ଆଜିକାଲି ହ୍ୟାକର୍ସ ଫୋନରେ ଥିବା ଜରୁରୀ ତଥ୍ୟ ବାହାର କରି ଆପଣଙ୍କୁ ଆର୍ଥିକ କିମ୍ବା ସାମାଜିକ ରୂପେ ହଇରାଣରେ ପକାଇ ପାରନ୍ତି । ଏଥିପାଇଁ ଫୋନ ଚୋରି ହେଲେ ତାର ଡାଟା ଡିଲିଟ୍ କରିବା ଜରୁରୀ । ଯଦି ଆପଣ ଏମିତି କରୁନାହାଁନ୍ତି ତେବେ ଭବିଷ୍ୟତରେ ହଇରାଣରେ ପଡିପାରନ୍ତି ।
ଜାଣନ୍ତୁ ପ୍ରକ୍ରିୟା
୧. ସର୍ବପ୍ରଥମେ ଆପଣ କୌଣସି କମ୍ପ୍ୟୁଟର କିମ୍ବା ଦ୍ୱିତୀୟ ଫୋନରେ ଇଣ୍ଟରନେଟ୍ ବ୍ରାଉଜର ଓପନ କରନ୍ତୁ ।
୨. ଏଠାରେ ଆପଣଙ୍କୁ https://www.google.com/android/find ଟାଇପ୍ କରିବାକୁ ହେବ ।
୩. ଏବେ ଆପଣଙ୍କୁ ନିଜର ସେହି ଜିମେଲ୍ ଆଇଡି ଲଗଇନ୍ କରିବାକୁ ହେବ, ଯାହା ସ୍ମାର୍ଟଫୋନରେ ଲଗଇନ୍ ଥିଲା ।
୪. ଆପଣଙ୍କ ପ୍ଲେ ସାଉଣ୍ଡ, ସିକ୍ୟେର ଡିଭାଇସ ଓ ଇରେଜ୍ ଡିଭାଇସର ୩ ବିକଳ୍ପ ନଜର ଆସିବ ।
୫. ଏମାନଙ୍କ ମଧ୍ୟରୁ ଫୋନର ଡାଟା ଡିଲିଟ୍ କରିବା ପାଇଁ ଆପଣଙ୍କୁ ERASE DEVICEକ୍ଲିକ୍ କରିବାକୁ ହେବ ।
୬. ଆଉ ଥରେ କ୍ଲିକ୍ କରିବା ପରେ ଆପଣଙ୍କୁ ଜିମେଲର ପାସୱର୍ଡ ଦେବାକୁ ହେବ ।
୭. ଏବେ ଯଦି ଆପଣଙ୍କ ଫୋନରେ ଇଣ୍ଟରନେଟ୍ ଅନ୍ ହେବ ତେବେ ଅଟୋମେଟିକ୍ ଡିଲିଟ୍ ହୋଇଯିବ ।