ଫୌଜଦାରୀ ହୋଇପାରିବନି ଦେୱାନୀ ବିବାଦ

ଫୌଜଦାରୀ ହୋଇପାରିବନି ଦେୱାନୀ ବିବାଦ

ଫୌଜଦାରୀ ହୋଇପାରିବନି ଦେୱାନୀ ବିବାଦ
କଟକ: ଅନେକ ସମୟରେ ଦେୱାନୀ ବିବାଦ ଗୁଡ଼ିକ ଫୌଜଦାରୀ ମାମଲାର ରୂପ ଦିଆଯାଉଛି । ଥାନାରେ ଏହି ଫୌଜଦାରୀ ମାମଲା ଭାବେ ରୁଜୁ ହେଉଛି । ଏଣୁ କୌଣସି ଦେୱାନୀ ବିବାଦକୁ ଫୌଜଦାରୀ ମାମଲା ଭାବେ ଗ୍ରହଣ କରିବା ବେଳେ ପ୍ରଥମେ ବିଧିବଦ୍ଧ ତଦନ୍ତ ହେବା ଆବଶ୍ୟକ ବୋଲି ଏକ ଜାମିନ ଆବେଦନର ଶୁଣାଣି ବେଳେ ହାଇକୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ନିଦେ୍ର୍ଧଶ ଦେଇଛନ୍ତି । ଆର୍ଥିକ କାରବାର ଜନିତ ମାମଲାରେ ଗିରଫ ହୋଇଥିବା ଏସ ରଞ୍ଜନ ରାଜୁଙ୍କ ଜାମିନ ଆବେଦନରେ ଶୁଣାଣି କରି ଏଭଳି ନିଦେ୍ର୍ଧଶ ଦେଇଛନ୍ତି । ବିଚାରପତି ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀ । ତଳ ଅଦାଲତ ଜାମିନ ସତ୍ତ ସ୍ଥିର କରିବାକୁ ନିଦେ୍ର୍ଧଶରେ ଉଲ୍ଲେଖ ରହିଛି । ମାମଲା ଅନୁଯାୟୀ, କେ.ଜି ବାବୁ ଓ ଅଭିଯୁକ୍ତ ରଞ୍ଜନଙ୍କ ମଧ୍ୟରେ ବହୁ ବର୍ଷ ହେଲା ବ୍ୟବସାୟିକ ସମ୍ପର୍କ ଥିଲା । ଭୁବନେଶ୍ୱରରେ ଏକ ଫ୍ଲାଟ କିଣିବା ପାଇଁ ରଞ୍ଜନଙ୍କୁ ବାବୁ ପ୍ରାୟ ୬୪ ଲକ୍ଷ ଟଙ୍କା ଦେଇଥିଲେ । ରଞ୍ଜନ ଫ୍ଲାଟ କିଣିଲେନି କିମ୍ବା ଟଙ୍କା ଫେରସ୍ତ କଲେ ନାହିଁ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା । ଚଣ୍ଡିଖୋଲ ନିକଟସ୍ଥ ଏକ ପେଟ୍ରୋଲ ପମ୍ପ ପାଖରେ ରଞ୍ଜନ ଲୁହା ରଡରେ ବାବୁଙ୍କ ମୁଣ୍ଡ ଫଟାଇ ଦେଇଥିଲେ । ଏ ନେଇ ବାବୁ ବଡ଼ଚଣା ଥାନାରେ ଏତଲା ଦେବା ପରେ ପୋଲିସ ମାମଲା ରୁଜୁ କରି ରଞ୍ଜନଙ୍କୁ ଗିରଫ କରିଥିଲା ।