ରାମଗୋପାଲ ବର୍ମାଙ୍କ ଥି୍ରଲରରେ ଓଡ଼ିଆ ପୁଅ
ରାମଗୋପାଲ ବର୍ମାଙ୍କ ଥି୍ରଲରରେ ଓଡ଼ିଆ ପୁଅ
admin
Jul 15, 2020 - 10:57
Updated: Jul 15, 2020 - 10:57
ଫିଲ୍ମ ପ୍ରଯୋଜକ ଓ ନିଦେ୍ର୍ଧଶକ ରାମଗୋପାଲ ବର୍ମା ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଥି୍ରଲର’ରେ ଓଡ଼ିଆ ଝିଅ ଅପସରା ରାଣୀଙ୍କୁ ନାୟିକା ହେବାର ସୁଯୋଗ ଦେଇଛନ୍ତି । ତେବେ ଏହାର ନାୟକ ଭାବେ ମଧ୍ୟ ଜଣେ ଓଡ଼ିଆଙ୍କୁ ସେ ସୁଯୋଗ ଦେଇଛନ୍ତି । ରାମଗୋପାଲ ବର୍ମା ଟ୍ୱିଟ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ସେ ଟ୍ୱିଟରେ କହିଛନ୍ତି ଏହି ଓଡ଼ିଆ ଯୁବକଙ୍କ ନାଁ ରକ କାଚି । ସେ ନବରଙ୍ଗପୁର ବାସିନ୍ଦା । ଶ୍ରୀ ବର୍ମା ଆହୁରି କହିଛନ୍ତି, ମୁଁ ଓଡ଼ିଶାକୁ ଚିହ୍ନିପାରିଛି ଓ ଓଡ଼ିଶାର ଆଉ ଜଣେ ପ୍ରତିଭାଙ୍କୁ ବି ଆବିଷ୍କାର କରିଛି । ସେ ପ୍ରତିଭାଙ୍କ ନାମ ହେଉଛି ରକ୍ । ଅନ୍ୟ ଏକ ଟ୍ୱିଟରେ ସେ ଲେଖିଛନ୍ତି ସେ ରକ୍ ଓ ଅପସରାଙ୍କ ଭଳି ଅଧିକରୁ ଅଧିକ ଅଭିନେତା ଓ ଅଭିନେତ୍ରୀଙ୍କୁ ଦେଖିବାକୁ ଚାହୁଁଛନ୍ତି । ଏହା ସହିତ ରାମଗୋପାଲ କିଛି ଫଟୋ ପୋଷ୍ଟ କରିଛନ୍ତି । ଏହି ଫଟୋରେ ଉଭୟ ଅପସରା ଓ ରକଙ୍କୁ ଦେଖିବାକୁ ମିଳିଛି । ସୂଚନା ଯୋଗ୍ୟ, କିଛି ଦିନ ତଳେ ଅପସରାଙ୍କୁ ନେଇ ରାମଗୋପାଳ ବର୍ମା କରିଥିବା ଏକ ଟ୍ୱିଟରୁ ବିବାଦ ସୃଷ୍ଟି ହୋଇଥିଲା । ଏଥିରେ ‘ଓଡ଼ିଶା’ର ଇଂରାଜୀ ବନାନ ଭୁଲ ଥିଲା । ତା ସହିତ ୧୯୯୯ ମହାବାତ୍ୟା ବ୍ୟତୀତ ଓଡ଼ିଶା ସମ୍ପର୍କରେ କିଛି ଜାଣି ନଥିବା ଲେଖିଥିଲେ । ଏହାକୁ ନେଇ ଅନେକ ଓଡ଼ିଆ ଲୋକ ଅସନ୍ତୋଷ ପ୍ରକାଶ କରିଥିଲେ । ଅବଶ୍ୟ ପରେ ସେ ଅନ୍ୟ ଏକ ଟ୍ୱିଟ କରି ଓଡ଼ିଶାକୁ ପ୍ରଶଂସା କରିଥିଲେ ।