ଖୋଲିବନି ଗୁଣ୍ଡିଚା ମନ୍ଦିର, ଅନୁଧ୍ୟାନ କଲେ ଜିଲ୍ଲାପାଳ
ଏବେ ଖୋଲିବନି ଭକ୍ତଙ୍କ ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିର.. ମାର୍ଚ୍ଚ ମାସ ଯାଏଁ ଚାଲିବ ଗୁଣ୍ଡିଚା ମନ୍ଦିର ଉନ୍ନୟନ କାର୍ଯ୍ୟ ପରେ ଗୁଣ୍ଡିଚା ମନ୍ଦିର ଖୋଲିବା ପାଇଁ କରାଯିବ ଆଲୋଚନା l ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ ଶେଷ କରିବା ପାଇଁ ଆଜି ଅନୁଧ୍ୟାନ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଜିଲ୍ଲାପାଳ । ଓବିସିସି ଅଧିକାରୀ ଓ ସୁଆର ମହାସୁଆର ନିଯୋଗ ସମ୍ପାଦକ ଓ ସଭାପତି ପ୍ରମୁଖ ମଧ୍ୟ ଶ୍ରୀ ଗୁଣ୍ଡିଚା ମନ୍ଦିର ଯାଇ ଶ୍ରୀ ମନ୍ଦିର ପ୍ରଶାସନ ସହ କରିଥିଲେ ଆଲୋଚନା ।ଅନୁଧ୍ୟାନ ପରେ ଜିଲ୍ଳାପାଳ ଓ ସୁଆର ନିଯୋଗ ପ୍ରତିକ୍ରିୟା ରଖି କହିଛନ୍ତି ଆଜି କେବଳଗୁଣ୍ଡିଚା ମନ୍ଦିର ରୋଷଘର ସ୍ଥିତି ଅନୁଧ୍ୟାନ କରାଯାଇଛି।ଗୁଣ୍ଡିଚା ମନ୍ଦିର ରୋଷଘର ଉଚ୍ଚତା ବୃଦ୍ଧି କରାଯିବ।ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ସାରିବାକୁ ଓବିସିସିକୁ ନିର୍ଦ୍ଦେଶ ଦିଆଯାଇଛି।ରୋଷଘର ଉଚ୍ଚତା ବୃଦ୍ଧି ସହ ଆନୁଷଙ୍ଗିକ ସମସ୍ତ କାର୍ଯ୍ୟ କରାଯିବ।ରଥଯାତ୍ରା ୯ ଦିନ ସମୟରେ ଏହି ରୋଷଘର ବ୍ୟବହୃତ ହୋଇଥାଏ । ପୂର୍ବରୁ ଗୁଣ୍ଡିଚା ମନ୍ଦିର ରୋଷଘରୁ।ପାଣି ଗଳୁଥିବା ଅଭିଯୋଗ ହୋଇଥିଲା ।