ହାରିବା ପରେ ରାହୁଲଙ୍କୁ ପ୍ରଶଂସା କଲେ ସ୍ମୃତି ଇରାନୀ
2024 ନିର୍ବାଚନ ପରେ ପରେ ବଦଳିଛି ଦେଶର ରାଜନିତିକ ଅଂଶବିଶେଷ । ବଦଳିଲା ବିଜେପି ନେତ୍ରୀ ତଥା ପୂର୍ବତନ ସାଂସଦ ସ୍ମୃତି ଇରାନିଙ୍କ ସ୍ୱର, ସେବି କାହାଁ ପାଇଁ, କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ପାଇଁ । ହାଲୁକାରେ ନୁହେଁ ଅତି ଗମ୍ଭିରତାର ସହିତ ଖୋଲାଖୋଲି ଭାବବେ ରାହୁଲଙ୍କୁ ପ୍ରଶଂସା କରିଛନ୍ତି ଇରାନି । ବିରୋଧୀଙ୍କ ମୁହଁରେ ରାହୁଲଙ୍କ ପ୍ରଶନ୍ସା, ଖାଲିସେତିକି ନୁହେଁ ରାହୁଲଙ୍କୁ ହଲୁକାରେ ନେବା ମୁର୍ଖାମୀ ହେବ ବୋଲି କହିଛନ୍ତି ଖୋଦ ବିଜେପିର ଏହି ଟାଣୁଆ ନେତ୍ରୀ । ଦିନେ ଗଳା ଫଟାଇ କଂଗ୍ରେସ ନେତା ରାହୁଲ ଗାନ୍ଦିଙ୍କ ଉପରେ ଫୁଲ ଦମରେ ଭଡକି ଯାଉଥିବା ସୃତିଇରାନିଙ୍କ ସ୍ବର ବଦଳିଛି । ଏକ ଘରୋଇ ଟ୍ୟାନେଲରେ ସାକ୍ଷାତକାରରେ ସୃତି ରାହୁଲଙ୍କୁ ନେଇ କିଛି ଏମିତି କହିଲେ, ଯାହା ଆପଣଙ୍କୁ ବି ଆଶ୍ଚର୍ଯ୍ୟ ଲାଗିବ । ରାହୁଲଙ୍କ ମଧ୍ୟରେ ଆସିଥିବା ରାଜ ନୈତିକ ପରିବର୍ତ୍ତନକୁ ନେଇ ଅତି ନମ୍ରତାର ସହିତ ଉପସ୍ଥାପିତ କରିଥିଲେ । ସୃତି କହିଥିଲେ ରାହୁଲ ଏବେ ରାଜନୀତିରେ ଧୁରନ୍ଦର ହୋଇଛନ୍ତି । ରାହୁଲ କହୁଥିବା ପ୍ରତ୍ୟକଟି କଥାରେ କିଛିନା କିଛି କାରଣ ଲୁଚିରହିଛି । ରାହୁଲ ଗାନ୍ଧିଙ୍କ ସ୍ୱଭାବ ଓ ରାଜନୀତି କରିବା ଢ଼ଙ୍ଗରେ ବଡ଼ ପରିବର୍ତ୍ତନ ହୋଇଛି। ସେ ଭାବୁଛନ୍ତି ସେ ସଫଳତାର ସ୍ୱାଦ ଚାଖିଛନ୍ତି। ଆଉ ଏବେ ସେ ରାଜନୈତିକ ଗୋଟିଚାଳନାକୁ କିଛି ଭିନ୍ନ ଢଙ୍ଗରେ ଚଳାଇଛନ୍ତି । ଖାଲି ସେତିକି ନୁହେଁ ପୂର୍ବରୁ ରାହୁଲଙ୍କ ଟିସର୍ଟକୁ ନେଇ ଯେଉଁ ଦଳ ଦିନେ ଟ୍ରୋଲ କରୁଥିଲା, ସେହି ଟିସାର୍ଟକୁ ନେଇ ରାହୁଲଙ୍କ ପ୍ରତି ସୃତିଙ୍କର ନଜରରେ ପରିବର୍ତ୍ତନ ଆସିଛି । ଏ ସମ୍ପର୍କରେ ସ୍ମୁତି ଯେତେବେଳେ ସାକ୍ଷାତକାର ଦେଉଥିଲେ, ସେ ସମୟରେ ତାଙ୍କର ସ୍ବରରେ ନମ୍ରତା ରହିଥିଲା, ଆଖିରେ ଆଉ ସେ ରାଗ ନଥିଲା , ସୃତିଙ୍କ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ନେଇ ଏପ୍ରକାର ପରିବର୍ତ୍ତନ ଦେଖିଲେ ଲାଗୁଥିଲା ରାହୁ ଖୋଲିଥିବା ମୋହବତକେ ଦୁକାନରେ ବୋଧୂଏ ସୃତିଙ୍କ ହାଜିର ପଡିସାରିଛି । ନଚେତ ଦିନେ ରାହୁଲଙ୍କ ନା ସୁଣିବା ମାତ୍ରେ ତମ୍ପ ସାପ ଭଳି ଫ୍ ଫ୍ ହେଉଥିବା ବିରୋଧୀ ଦଳର ଆଗଧାଡି ନେତ୍ରୀଙ୍କ ସ୍ବରରେ ଏତେ ଶୀଘ୍ର ପରିବର୍ତ୍ତନ ହେଲା କେମିତି ? ତେବେ ସେ ଯାହାବି ହେଉନା କାହିଁକି, ଅମେଠିରୁ କିନ୍ତୁ ଲୋକସଭା ନିର୍ବାଚନ ହାରିବା ପରେ ପ୍ରଥମ ଥର ପାଇଁ ରାହୁଲ ଗାନ୍ଧିଙ୍କୁ ଜୋରଦାର ପ୍ରଶଂସା କରିଛନ୍ତି ସ୍ମୃତି । ବ୍ୟୁରୋ ରିପୋର୍ଟ ୟୁବିସି ଓଡିଆ ।