ସୋନ୍ଦର୍ଯ୍ୟ ହରାଇବାକୁ ବସିଲାଣି କଟକ ତାଳଦଣ୍ଡା କେନାଲ
ନବୀକରଣ ବର୍ଷକ ମଧ୍ୟରେ ଆକର୍ଷଣ ହରାଇଲା ତାଳତେଣ୍ଡା କେନାଲ.ଅଳିଆ ଆବର୍ଜନା ସାଙ୍ଗକୁ ମାଲଗୋଦାମ ର ନର୍ଦମା ପାଣି ମିଶୁଛି କେନାଲରେ.ଦୁଇପାର୍ଶ୍ଵ କଂକ୍ରିଟ କାନ୍ଥରେ ଗଛ ଉଠିଲାଣି.ଏ ସବୁକୁ ବଳି ଯାଇଛି କେନାଲ ରେ ପଡୁଥିବା ଛତ୍ର ବଜାରରୁ ବାହାରୁଥିବା କୁଢ଼ କୁଢ଼ ପଚା ପରିବା.ଏ ପରିସ୍ଥିତି ପାଇଁ ସହରବାସୀ ପ୍ରକଳ୍ପ ପ୍ରତି ଜଳ ସମ୍ପଦ ବିଭାଗ ଓ଼ ସିଏମସି ର ଅବହେଳା ସାଙ୍ଗକୁ ଲୋକଙ୍କ ଖରାପ ଅଭ୍ୟାସ କୁ ଦାୟୀ କରିଛନ୍ତି.ସେପଟେ ନିଜ ଦୋଷ ସ୍ୱୀକାର କରିବା ସହିତ ତଳଦଣ୍ଡା କୁ ଏକ ସ୍ମାରକୀ ରେ ପରିଣତ କରିବା ପାଇଁ ପଦକ୍ଷେପ ନିଆଯାଉଛି, ଏଥି ସହିତ କେନାଲ କୁ ସୁରକ୍ଷା ଦେବାକୁ ନିୟମ କୁ କଡାକଡି କରାଯାଉଥିବା ମେୟର କହିଛନ୍ତି.
କୋଟି କୋଟି ଟଙ୍କା ବ୍ୟୟ କରାଯାଇ ନୂତନ ରୂପ ପାଇଥିବା ତଳଦଣ୍ଡା ଏବେ ଅବହେଳିତ.ବର୍ଷକ ମଧ୍ୟ ରେ ଆକର୍ଷଣ ହରାଇବାକୁ ବସିଛି ଏହି ଶତାୟୁ ସ୍ମାରକୀ.ଟିକେ ଭଲକରି ନଜର କରନ୍ତୁ କେନାଲର ଭିତର ଦୃଶ୍ୟ. ମାଲଗୋଦାମ ନିକଟରେ ନର୍ଦମାପାଣି ମିଶୁଛି କେନାଲ ପାଣିରେ.ଛତ୍ରବଜ଼ାର ରେ କୁଢ଼କୁଢ଼ ପଚା ପରିବା ପଡୁଛି ପାଣିରେ.ଲୋକେବି ଏହାକୁ ଏବେ ତାଙ୍କ ଅନାବଶ୍ୟକ ସାମଗ୍ରୀ ଫିଙ୍ଗିବାର ସ୍ଥାନ ଭାବରେ ବ୍ୟବହାର କରୁଛନ୍ତି.କେନାଲର ଦୁଇପଟରେ ଅନାବନା ଘାସ ଓ଼ ଗଛ ଉଠିଲାଣି.ଏହି ସ୍ଥିତି ଲାଗି ସହରବାସୀ ଜଳସମ୍ପଦ ବିଭାଗ, ସିଏମସି ସହିତ ଲୋକଙ୍କ ଖରାପ ଅଭ୍ୟାସ କୁ ଦାୟୀ କରିଛନ୍ତି.
ସେପଟେ ତଳଦଣ୍ଡା କେନାଲ ରେ ଛତ୍ରବଜ଼ାର ପଚା ପରିବା ସାଙ୍ଗକୁ ରାଣୀହାଟ ରେ ହୋଇଥିବା ଅଳିଆ ଜମା ସ୍ଥଳୀ କେନାଲର ଜଳ ଦୂଷିତ କରିବା ସହିତ ଏହାର ଆକର୍ଷଣ କୁ ନଷ୍ଟ କରୁଥିବା ସ୍ୱୀକାର କରିଛନ୍ତି. ତେବେ ଏବେ କେନାଲ ର କାମ ସମ୍ପୂର୍ଣ ହୋଇନାହିଁ.ଏହାକୁ ଏକ ସ୍ମାରକୀ କରିବା ପାଇଁ ସ୍ୱତନ୍ତ୍ର ଯୋଜନା ହାତକୁ ନିଆଯାଇଛି.କେନାଲ ନିକଟ ରୁ ଅଳିଆ ଜମା ସ୍ଥଳ ଉଠିବା ସହିତ ପଚା ପରିବା ଜମା ଓ଼ ଉଠା ପାଇଁ ଅନ୍ୟତ୍ର ବ୍ୟବସ୍ଥା କରାଯିବ.ଏଥି ସହିତ କେନାଲ କୁ ଆବର୍ଜନା ପକାଇ ଅସନା କରୁଥିବା ବ୍ୟକ୍ତି ଙ୍କୁ ଧରିବା ପାଇଁ ସେଠାରେ ସିସି ଟିଭି ଲଗାଯିବା ସହିତ ଜରିମାନା ଆଦାୟ କରାଯିବ ବୋଲି ମେୟର କହିଛନ୍ତି.
କଥାରେ ଅଛି ଯାହା ସମସ୍ତଙ୍କର ତାହା କାହାର ନୁହେଁ, ଏହାର ଜଳନ୍ତ ଉଦାହରଣ ଦେଖିବାକୁ ମିଳିଛି ତାଳଦଣ୍ଡା କେନାଲ କ୍ଷେତ୍ର ରେ, ଏହି କେନାଲ ର ପୁନରୁଦ୍ଧାର କରାଗଲା ଯାହା ପରବର୍ତ୍ତୀ ସମୟରେ କଟକ ସହର ର ଅନ୍ୟତମ ପ୍ରମୁଖ ଆକର୍ଷଣୀୟ କେନ୍ଦ୍ର ରେ ପରିଣତ ହେଲା, ତେବେ ଏକ ବର୍ଷ ମଧ୍ୟରେ ଆବଶ୍ୟକୀୟ ସୁରେଖା ଏବଂ ଅବହେଳା ଅଭାବ ରୁ ଏହା ପୂର୍ବ ଭଳି ଦେଖାଯିବାକୁ ଯାଉଛି, ଏହାର ଚାରିପଟେ ଆବର୍ଜନା ପାଣି ଯାଉଛି ତାହା ସହିତ ଗନ୍ଧ ମୟ ପରିବେଶ ସୃଷ୍ଟି ହେଉଛି,ତେବେ ସମୟ ଥାଇ ଯଦି ଏହାର ବିହିତ ପଦକ୍ଷେପ ଗ୍ରହଣ ନକରାଯାଏ ତେବେ ଏହା ଡମ୍ପିଂଆର୍ଡ ରେ ପରିଣତ ହେବ.