ବାଲୁକା କଳାରେ ଟିମ୍ ଇଣ୍ଡିଆକୁ ଗୁଡ୍ ଲକ୍

ବାଲୁକା କଳାରେ ଟିମ୍ ଇଣ୍ଡିଆକୁ ଗୁଡ୍ ଲକ୍ । ଆଜି ସୁପର ସଣ୍ଡେ ଫାଇନାଲ ପାଇଁ ବାଲୁକାକଳା ମାଧ୍ୟମରେ ଟିମ୍ ଇଣ୍ଡିଆକୁ ଶୁଭେଛା ଜଣାଇଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ଆଜି ଚାମ୍ପିଅନସ ଟ୍ରଫି କ୍ରିକେଟ ଫାଇନାଲ ମ୍ୟାଚ୍ ରେ ନ୍ୟୁଜିଲାଣ୍ଡ କୁ ଭେଟିବ ଟିମ୍ ଇଣ୍ଡିଆ ।ଏନେଇ ସାରା ଦେଶରେ କ୍ରିକେଟ୍ ଫିଭର ରହିଅଛି l ଐତିହାସିକ ବିଜୟ କାମନା କରି ଦେଶବାସୀ ଟିମ୍ ଇଣ୍ଡିଆ କୁ ଦେଉଛନ୍ତି ଶୁଭେଛା।ଏହି ଅବସରରେ ପୁରୀ ବେଳାଭୂମିରେ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିଜର ସୁନ୍ଦର ବାଲୁକା କଳା ମାଧ୍ୟମରେ ଟିମ୍ ଇଣ୍ଡିଆକୁ ଶୁଭେଛା ଜଣାଇଛନ୍ତି l ଏହି ବାଲୁକା କଳାରେ ରହିଛି ଭାରତୀୟ ତ୍ରିରଙ୍ଗା,କ୍ୟାପଟେନ ରୋହିତ ଓ ବିଶ୍ଵକପ ଟ୍ରଫିର ଅବିକଳ ବାଲୁକା ଚିତ୍ର । ଏଥିସହିତ ଇନ୍ଷ୍ଟଲ୍ ହୋଇଛି ୧୦୦ ରୁ ଉର୍ଦ୍ଧ୍ଵ କ୍ରିକେଟ ବଲ୍।ଏହି ରଙ୍ଗୀନ ଆକର୍ଷଣୀୟ ବାଲୁକା କଳା ରେ ରହିଛି ଦୁବାଇ କ୍ରିକେଟ ଫିଲ୍ଡର ଚିତ୍ର ।ଏଥିସହିତ ଏକ କ୍ରିକେଟ ବ୍ୟାଟ ଚିତ୍ର ସହ ରହିଛି ଗୁଡ ଲକ୍ ଟିମ୍ ଇଣ୍ଡିଆର ବାର୍ତ୍ତା ।ବାଲୁକା କଳା ଟି ପ୍ରାୟ ୧୨ ଫୁଟ୍ ଲମ୍ବ ଓ ୬ ଫୁଟ୍ ଉଚ୍ଚତା ବିଶିଷ୍ଟ ହୋଇଛି ।