ଫୋନି ପାଇଁ +୨ ମୂଲ୍ୟାୟନ ବନ୍ଦ

ଫୋନି ପାଇଁ +୨ ମୂଲ୍ୟାୟନ ବନ୍ଦ

ଫୋନି ପାଇଁ +୨ ମୂଲ୍ୟାୟନ ବନ୍ଦ
ଭୁବନେଶ୍ୱର: ବାତ୍ୟା ଫୋନି ପାଇଁ ଆସନ୍ତାକାଲି ଠାରୁ +୨ ମୂଲ୍ୟାୟନ ବନ୍ଦ ରହିବ । ଫୋନି ଦ୍ୱାରା ପ୍ରଭାବିତ ହେବାକୁ ଥିବା ଜିଲ୍ଲାରେ +୨ ମୂଲ୍ୟାୟନ ବନ୍ଦ ରହିବ । ତେବେ ପ୍ରଭାବିତ ହେବାକୁ ନଥିବା ଜିଲ୍ଲାରେ ମୂଲ୍ୟାୟନ ପୂର୍ବପରି ଚାଲିବ । ୪ ତାରିଖ ପରେ ବାତ୍ୟା ସ୍ଥିତି ଦେଖି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ସିଏଚଏସଇ ଉପ-ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ ଦାଶ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଆସନ୍ତାକାଲି ଅପରାହ୍ନରେ ପୁରୀରେ ମାଡ ହେବ ବାତ୍ୟା ଫୋନି । ପବନର ବେଗ ୧୭୦ରୁ ୧୮୦ କିମି ଆରମ୍ଭ ହୋଇ ସ୍ଥଳ ବିଶେଷରେ ୨୦୦ କିମି ଛୁଇଁବ । ବାତ୍ୟା ଯୋଗୁଁ ପୁରୀ , ଜଗତସିଂହପୁର, ଖୋର୍ଦ୍ଧା ଜିଲ୍ଳାରେ ପବନର ପ୍ରକୋପ ବେଶୀ ମାତ୍ରାରେ ରହିବ ବୋଲି ସମ୍ଭାବନା ରହିଛି ।