ମହାନଦୀ ଜଳ ବିବାଦ ମାମଲା, ଶୁଣାଣି ସେପ୍ଟେମ୍ବର ୨୮କୁ ଘୁଞ୍ଚିଲା
ମହାନଦୀ ଜଳ ବିବାଦ ମାମଲା, ଶୁଣାଣି ସେପ୍ଟେମ୍ବର ୨୮କୁ ଘୁଞ୍ଚିଲା
admin
Aug 4, 2019 - 07:34
Updated: Aug 4, 2019 - 07:34
ନୂଆଦିଲ୍ଲୀ: ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଲାଗିରହିଥିବା ମହାନଦୀ ଜଳବିବାଦ ମାମଲାର ଶୁଣାଣୀ ସେପ୍ଟେମ୍ବର ୨୮କୁ ଘୁଞ୍ଚିଯାଇଛି । ଆଜି ଟି୍ରବୁ୍ୟନାଲର ଅଧ୍ୟକ୍ଷ ବିଚାରପତି ଏ ଏମ୍ ଖାନୱିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠରେ ହୋଇଥିବା ସଂକ୍ଷିପ୍ତ ଶୁଣାଣିରେ ଓଡ଼ିଶା ଦ୍ୱାରା ଦାଖଲ କରାଯାଇଥିବା ମଧ୍ୟବର୍ତ୍ତୀ କାଳୀନ ଆବେଦନର ଜବାବ ସୁଆଲ ଶେଷ ହୋଇଥିଲା ଏବଂ ଓଡ଼ିଶା ପକ୍ଷରୁ ମାମଲା ସମ୍ପର୍କିତ ଦାଖଲ କରାଯାଇଥିବା ସମସ୍ତ ପ୍ରକାର ନଥିପତ୍ର ଓ ଦସ୍ତାବିଜକୁ ଟି୍ରବୁ୍ୟନାଲ ରେକର୍ଡରେ ନେଇଥିଲେ । ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୨୮ ତାରିଖରେ ହେବ ।
ସେପ୍ଟେମ୍ବର ୨୮ରେ ଟି୍ରବୁ୍ୟନାଲ ଛତିଶଗଡ଼ ଦ୍ୱାରା ଦାଖଲ କରାଯାଇଥିବା ଅଭିଯୋଗ ପିଟିସନ ଉପରେ ଶୁଣାଣି କରିବେ । ଓଡ଼ିଶା ପକ୍ଷରୁ ଛତିଶଗଡ଼ ଅଭିଯୋଗ ପିଟିସନ ଶୁଣାଣି ପାଇଁ ଗ୍ରହଣୀୟ ନୁହେଁ ବୋଲି ଖଣ୍ଡପୀଠଙ୍କୁ ଅବଗତ କରାଯିବାରୁ ଟି୍ରବୁ୍ୟନାଲ ଏନେଇ ଓଡ଼ିଶା, ମହାରାଷ୍ଟ୍ର ଓ ଝାଡ଼ଖଣ୍ଡକୁ ସେମାନଙ୍କ ଆପତ୍ତି ଦାଖଲ କରି ନିଜ ପକ୍ଷ ରଖିବାକୁ କହିଥିଲେ । ସେପ୍ଟେମ୍ବର ୨୮ ରେ ଉପରୋକ୍ତ ରାଜ୍ୟମାନଙ୍କ ଦ୍ୱାରା ଚିଠି ପ୍ରସଙ୍ଗ ଗୁଡ଼ିକୁ ପରସ୍ପର ମଧ୍ୟରେ ଆଦାନ ପ୍ରଦାନ କରାଯିବ । ଆଜି ଶୁଣାଣି ଆରମ୍ଭରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଡ଼ଭୋକେଟ୍ ଜେନେରାଲ ଅଶୋକ କୁମାର ପରିଜା ଓ ଛତିଶଗଡ଼ ପକ୍ଷରୁ ବରିଷ୍ଠ ଆଇନଜୀବୀ ଏ କେ ଗାଙ୍ଗୁଲି ଖଣ୍ଡପୀଠଙ୍କର ପୂର୍ବ ନିଦେ୍ର୍ଧଶ ଅନୁସାରେ ବର୍ତ୍ତମାନ ପ୍ରକଳ୍ପ ଅଞ୍ଚଳର ପରିଦର୍ଶନ କରାଯାଇନଥିବା ଟି୍ରବୁ୍ୟନାଲଙ୍କୁ ଅବଗତ କରିଥିଲେ । ବର୍ଷା ଜାରି ରହିଥିବାରୁ କ୍ଷେତ୍ର ପରିଦର୍ଶନ କରାଯାଇନଥିବା ଉଭୟ ପକ୍ଷଙ୍କ ଦ୍ୱାରା ଟିବୁ୍ୟନାଲଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ମୌସୁମୀ ସମୟରେ ଜଳର ପରିମାଣକୁ ଉଚିତ ରୂପେ ଆକଳନ କରାଯାଇପାରିବ ନାହିଁ ଏବଂ ବର୍ତ୍ତମାନ ସ୍ଥିତିରେ ଏହା ନିସ୍ଫଳ ପ୍ରୟାସ ହେବ ବୋଲି କୁହାଯାଇଛି । ଅଗଷ୍ଟ ଶେଷରେ ପ୍ରକଳ୍ପ ନିଦେ୍ର୍ଧଶକ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ସେ ସମ୍ପର୍କରେ ଟି୍ରବୁ୍ୟନାଲଙ୍କୁ ସେପ୍ଟେମ୍ବର ୨୮ ରେ ଅବଗତ କରାଯିବ ବୋଲି ଉଭୟ ପକ୍ଷଙ୍କ ଦ୍ୱାରା କୁହାଯାଇଥିଲା । ରାଜ୍ୟ ସରକାରଙ୍କ ତରଫରୁ ଆଜି ଟି୍ରବୁ୍ୟନାଲ ଛତିଶଗଡ଼ ପ୍ରତିଜବାବ ଉପରେ ଉତ୍ତର ଦାଖଲ କରାଯିବା ସହିତ ଅତିରିକ୍ତ ନଥିପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା ।