ଦୁଷ୍କର୍ମ ମାମଲାରେ ବିଧାୟକ ରମେଶ ହାଜର :ପୀଡ଼ିତାଙ୍କ ସମେତ ୩ ଜଣଙ୍କ ବୟାନରେକର୍ଡ

ଦୁଷ୍କର୍ମ ମାମଲାରେ ବିଧାୟକ ରମେଶ ହାଜର :ପୀଡ଼ିତାଙ୍କ ସମେତ ୩ ଜଣଙ୍କ ବୟାନରେକର୍ଡ

ଦୁଷ୍କର୍ମ ମାମଲାରେ ବିଧାୟକ ରମେଶ ହାଜର :ପୀଡ଼ିତାଙ୍କ ସମେତ ୩ ଜଣଙ୍କ ବୟାନରେକର୍ଡ
ବ୍ରହ୍ମପୁର: ଏକ ଦୁଷ୍କର୍ମ ମାମଲାରେ ସାନଖେମୁଣ୍ଡି ବିଧାୟକ ରମେଶ ଜେନା ଆଜି ଏଡିଜେ-୩ଙ୍କ କୋର୍ଟରେ ହାଜର ହୋଇଛନ୍ତି । ଅନ୍ୟତମ ଅଭିଯୁକ୍ତ ବିଦୁ ବିଷୋୟୀ ମଧ୍ୟ ଏହି କୋର୍ଟରେ ହାଜର ହୋଇଛନ୍ତି । ଦୁଷ୍କର୍ମ ମାମଲାର ପୀଡ଼ିତା, ତାଙ୍କର ମା ଏବଂ ଜଣେ ଗୃହରକ୍ଷୀ କୋର୍ଟରେ ହାଜରେ ହୋଇ ବୟାନ ଦେଇଥିବା ଜଣାପଡ଼ିଛି । ଆସନ୍ତା ମାସରେ ଏହି ମାମଲାର ପରବର୍ତ୍ତୀ ଶୁଣାଣୀ ଧାର୍ଯ୍ୟ ହୋଇଛି । ପ୍ରକାଶ ଥାଉକି, ଗତ ୨୦୧୬ ରେ ବିଧାୟକ ରମେଶଙ୍କ ନାଁରେ ଜଣେ ମହିଳା ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ଅଭିଯୋଗ ଆଧାରରେ ଟାଉନ୍ ଥାନା ପୋଲିସ ୨୦୧୬ ଏପ୍ରିଲ ୮ ତାରିଖରେ ରମେଶଙ୍କ ବିରୋଧରେ କେସ୍ ନମ୍ବର ୪୯/୧୬ ରେ ମାମଲା ରୁଜୁ କରିଥିଲା । ଏହି ମାମଲାରେ ପୂର୍ବରୁ ଜଣେ ମହିଳା ସାକ୍ଷୀଙ୍କ ବୟାନ ରେକର୍ଡ ହୋଇସାିରଛି । ସରକାରଙ୍କ ତରଫରୁ ଏସିପି ଚକ୍ରପାଣି ପାତ୍ର ଓ ରମେଶଙ୍କ ତରଫରୁ ଆଇନଜୀବୀ କିଶୋର ଚନ୍ଦ୍ର ବିଷୋୟୀ, ସୁଧାଂଶୁ ପଣ୍ଡା, ନିର୍ମଳ ସାହୁ ମକଦ୍ଦମା ପରିଚାଳନା କରିଥିଲେ । ଏହା ସହିତ ଅନ୍ୟ ଦୁଇଟି ମାମଲାରେ ମଧ୍ୟ ବିଧାୟକ ରମେଶ କୋର୍ଟରେ ହାଜର ହୋଇଥିଲେ । ହେଲେ ସେ ଦୁଇ ମାମଲାର କୌଣସି ସାକ୍ଷୀ ଆସିନଥିବାରୁ ମାମଲାର ବିବରଣୀ ହୋଇପାରିନଥିଲା । ସୁରକ୍ଷା ପାଇଁ କୋର୍ଟ ପରିସରରେ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା ।