ମେଡିକାଲକୁ ଏବେ ମୋବାଇଲ ମନା

ମେଡିକାଲକୁ ଏବେ ମୋବାଇଲ ମନା

ମେଡିକାଲକୁ ଏବେ ମୋବାଇଲ ମନା
ମାଲକାନାଗିରି: ମେଡିକାଲକୁ ଏବେ ମୋବାଇଲ ମନା । ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଟିକଟକ ଭିଡିଓ ଭାଇରାଲ ପରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଚିକିତ୍ସାଳୟର ସମ୍ବେଦନଶୀଳ ୟୁନିଟକୁ ମୋବାଇଲକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଟିକଟକ ଭିଡିଓ ଭାଇରାଲ ପରେ ସିଡିଏମଓ ଏଭଳି କଡ଼ା ପଦକ୍ଷେପ ନେଇଛନ୍ତି । ଏନେଇ ସିଡିଏମଓ ସୂଚନା ଦେଇ କହିଛନ୍ତି ଯେ, ଏସଏନସିୟୁ, ଆଇସିୟୁ, ଅପରେସନ ଗୃହ ଓ ଲେବର ରୁମକୁ ମୋବାଇଲ ନେବା ଉପରେ ରୋକ ଲଗାଯାଇଛି । ଏହି ୟୁନିଟକୁ କୌଣସି ପ୍ରକାର ମୋବାଇଲ ନେବାକୁ ଅନୁମତି ମିଳିବନି । ରୋଗୀ ସେବାରେ ବାଧା ଉପୁଜିବା ଦୃଷ୍ଟିରୁ ମୋବାଇଲ ମନା ହୋଇଛି । ଅପରେସନ ବେଳେ କୌଣସି ପ୍ରକାର ଅସ୍ୱସ୍ତିକର ପରିବେଶ ସୃଷ୍ଟି ହେବନି ବୋଲି ସିଡିଏମଓ କହିଛନ୍ତି ।