ଜ୍ୱାଇଁକୁ ଶ୍ୱଶୁରର ଛୁରାମାଡ

ଜ୍ୱାଇଁକୁ ଶ୍ୱଶୁରର ଛୁରାମାଡ

ଜ୍ୱାଇଁକୁ ଶ୍ୱଶୁରର ଛୁରାମାଡ
ବ୍ରହ୍ମପୁର: ଝିଅ କରିଥିଲା ପ୍ରେମ ବିବାହ । ଶ୍ୱଶୁର ଥିଲେ କ୍ରୋଧରେ । ରାଗ ରଖି ଜ୍ୱାଇଁର ପେଟ ଓ ମୁଣ୍ଡକୁ ଛୁରିରେ ଆକ୍ରମଣ କରି ଗୁରୁତର କରିଛନ୍ତି । ଗୁରୁବାର ରାତି ସାଢେ ଦଶଟାରେ ଏଭଳି କାଣ୍ଡ ଘଟିଛି । ଆହତଙ୍କ ନାଁ ସଞ୍ଜୟ ଗୌଡ । ଘର ଦିଗପହଣ୍ଡି ଥାନା କଲ୍ୟାଣପୁର ଗ୍ରାମରେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ବଡ ମେଡିକାଲକୁ ନିଆଯାଇଛି । ରାତି ସୁଦ୍ଧା ଥାନାରେ କୌଣସି ଅଭିଯୋଗ ହୋଇ ନଥିଲା । ପୁଲିସ ସୂତ୍ରରୁ ପ୍ରକାଶ, ଗତ ୩୦ ତାରିଖରେ ସଞ୍ଜୟ ସେହି ଗାଁର ଜୟନ୍ତୀ ଗୌଡଙ୍କୁ କାଶୀ ବିଶ୍ୱନାଥ ପୀଠରେ ବିବାହ କରିଥିଲେ । ପତ୍ନୀଙ୍କ ସହ ପୁଞ୍ଜିକୟାଁ ଛକରେ ରହୁଥିଲେ । ରାତିରେ ସେ ଛିଡା ହୋଇଥିବା ବେଳେ ଶ୍ୱଶୁର ଉମାକାନ୍ତ ଗୌଡ ହଠାତ ଆକ୍ରମଣ କରିଥିଲେ । କେହି କିଛି ବୁଝିବା ପୂବରୁ ଛୁରିରେ ଭୁସି ଚାଲିଥିଲେ । ସ୍ଥାନୀୟ ଲୋକେ ଗୋଡାଇବାରୁ ରାସ୍ତା ପାର ହୋଇ ବିଲରେ ବିଲରେ ଦୌଡି ପଳାଇଥିଲେ ।