ତୈଳ ଯୋଗାଣର ସମୀକ୍ଷା କଲେ ଧର୍ମେନ୍ଦ୍ର

ତୈଳ ଯୋଗାଣର ସମୀକ୍ଷା କଲେ ଧର୍ମେନ୍ଦ୍ର

ଭୁବନେଶ୍ୱର: ବାତ୍ୟା ପ୍ରଭାବିତ ଅଞ୍ଚଳରେ ପେଟ୍ରୋଲ, ଡିଜେଲ ଓ ଏଲପିଜି ଯୋଗାଣର ସମୀକ୍ଷା କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଫୋନିର ୭ ଦିନ ପରେ ସ୍ୱାଭାବିକ ହେଉଛି ତୈଳ ଯୋଗାଣ । ବାତ୍ୟାଞ୍ଚଳରେ କ୍ଷତିଗ୍ରସ୍ତ ୨୩୪ଟି ପେଟ୍ରୋଲ ପମ୍ପରୁ ୨୩୨ କାର୍ଯ୍ୟକ୍ଷମ ହୋଇଥିବା ସମୀକ୍ଷା ବୈଠକରୁ ସୂଚନା ମିଳାିଛି । ଏବେ ପ୍ରଭାବିତ ଅଞ୍ଚଳରେ ୮ଟି ମୋବାଇଲ ଟ୍ୟାଙ୍କର ଯୋଗେ ତୈଳ ବିତରଣ କରାଯାଉଛି । ୮ଟି ସ୍ୱତନ୍ତ୍ର ଗାଡ଼ି ଯୋଗେ ମଧ୍ୟ ତୈଳ ଯୋଗାଣ ବ୍ୟବସ୍ଥା ହୋଇଛି । ପୁରୀରେ ୩୪ ଓ ଭୁବନେଶ୍ୱରର ୬୯ ବିତରକଙ୍କୁ ଏଲପିଜି ବିତରଣ ଦାୟିତ୍ୱ ଦିଆଯାଇଛି । ଅନ୍ୟପଟେ ପୁରୀରେ ପ୍ରତ୍ୟହ ୪୦୦୦ ସିଲିଣ୍ଡର ବିକ୍ରି ହେଉଥିବାବେଳେ ଏବେ ୫୭୦୦ ସିଲିଣ୍ଡର ବିକ୍ରି ହେଉଛି । ଖୋର୍ଦ୍ଧା ଜିଲ୍ଲାରେ ପ୍ରତ୍ୟେକ ଦିନ ୧୩ ହଜାର ସିଲିଣ୍ଡର ବିକ୍ରି ହେଉଥିବାବେଳେ ଏବେ ୧୬ ହଜାର ବିକ୍ରି ହେଉଛି । କଟକରେ ପ୍ରତ୍ୟହ ୯୩୦୦ ବିକ୍ରି ହେଉଥିବାବେଳେ ଏବେ ୧୧,୧୦୦ ଏଲପିଜି ବିକ୍ରି ହେଉଛି । ସେହିପରି କିରାସିନି ପ୍ରଚୁର ପରିମାଣରେ ମହଜୁଦ ଅଛି, ସରକାର ଚାହିଁଲେ ନେଇ ପାରିବେ ବୋଲି ବୈଠକ ପରେ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଏହି କିରୋସିନିକୁ ବାତ୍ୟା ପ୍ରଭାବିତଙ୍କୁ ରିଲିଫ ଆକାରରେ ବଣ୍ଟନ କରି ପାରିବେ । ଖୁବ ଶୀଘ୍ର ପେଟ୍ରୋଲ ପମ୍ପରେ ଅନଲାଇନ କାରବାର ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।