ହୀରାକୁଦରେ ଜଳସ୍ତର ବୃଦ୍ଧି

ହୀରାକୁଦରେ ଜଳସ୍ତର ବୃଦ୍ଧି

ହୀରାକୁଦରେ ଜଳସ୍ତର ବୃଦ୍ଧି
ଭୁବନେଶ୍ୱର : ରାଜ୍ୟରେ ମୈସୁମୀ ପ୍ରଭାବରେ ଝଡ଼ିବର୍ଷା ଲାଗିରହିଛି । ଯାହା ଫଳରେ ବର୍ଷା ପାଣି ଜମି ରହି ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଉଛି । ହୀରାକୁଦ ଜଳଭଣ୍ଡାରର ଜଳ ଧାରଣ କ୍ଷମତା ୬୩୦ ଫୁଟ ଥିବା ବେଳେ ଲଗାଣ ବର୍ଷା କାରଣରୁ ଏହା ବର୍ତ୍ତମାନ ୬୦୦.୫୪ ଫୁଟ ଉପରେ ପହଂଚିଲାଣି । ଯାହା ଆଗାମୀ ଦିନରେ ବର୍ଷାର ପରିମାଣ ବୃଦ୍ଧି ହେଲେ ବିପଦ ସୃଷ୍ଟି କରିବ । ଉପରମୁଣ୍ଡରେ ବର୍ଷାସ୍ଥିତିକୁ ଦେଖି ଜଳ ନିଷ୍କାସନ ପାଇଁ ପରବର୍ତ୍ତୀ ନିଷ୍ପତି ଗ୍ରହଣ କରାଯିବ । ଯଦି ଏପରି ଲଗାଣ ବର୍ଷା ହୁଏ ଆଗାମୀ ଦିନରେ କେତେ ପରିମାଣର ଜଳସ୍ତର ବୃଦ୍ଧି ହେବ ତାକୁ ନେଇ ଚଳିତ ମାସ ଶେଷ ସପ୍ତାହରେ ହୀରାକୁଦ ଜଳଭଣ୍ଡାରର ଜଳ ନିଷ୍କାସନ ନିଷ୍ପତି ନିଆଯାଇପାରେ । ଏନେଇ ଜଳଭଣ୍ଡାରର ମୁଖ୍ୟଯନ୍ତ୍ରୀ ସୁନୀଲ କୁମାର ନାୟକ ସୂଚନା ଦେଇଛନ୍ତି ।