ଆକାଶରୁ ଝରୁଛି ନିଅାଁ, ଅଂଶୁଘାତରେ ୬ ମୃତ

ଆକାଶରୁ ଝରୁଛି ନିଅାଁ, ଅଂଶୁଘାତରେ ୬ ମୃତ

ଭୁବନେଶ୍ୱର : ପଶ୍ଚିମ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମପ୍ରବାହ ଅନୁଭୂତ ହେଉଛି । ତାତି ଅସହ୍ୟ ହୋଇପଡ଼ିଛି । ଉପକୂଳ ଓଡ଼ିଶାରେ ଗରମ ଏକ ପ୍ରକାର ନିୟନ୍ତ୍ରଣରେ ରହିଥିବାବେଳେ ପଶ୍ଚିମ ଓଡ଼ିଶାରେ କିନ୍ତୁ ସ୍ଥିତି ଅସମ୍ଭାଳ ହୋଇପଡ଼ିଛି । ରାଜ୍ୟର ଅନେକ ସହରରେ ତାତି ୪୦ ଡିଗ୍ରୀ ଡେଇଁଛି । ଟିଟିଲାଗଡ଼ର ତାପମାତ୍ରା ୪୫.୫ ଡିଗ୍ରୀ ରହିଛି । ବଲାଙ୍ଗୀର ତାପମାତ୍ରା ୪୪.୬ ଡିଗ୍ରୀ ଥିବାବେଳେ ସୋନପୁରରେ ପାରଦ ୪୪ ଡିଗ୍ରୀ ଛୁଇଁଛି । ସେହିପରି ସମ୍ବଲପୁରର ୪୩.୩ ଡିଗ୍ରୀ, ଅନୁଗୁଳର ୪୧.୭ ଡିଗ୍ରୀ, ସୁନ୍ଦରଗଡ଼ର ୪୧.୫ ଡିଗ୍ରୀ, ତାଳଚେର ଓ ମାଲକାନାଗିରିର ୪୦ ଡିଗ୍ରୀ, ଭୁବନେଶ୍ୱରର ୩୭.୪ ଡିଗ୍ରୀ ଓ କଟକର ତାପମାତ୍ରା ୩୭ ଡିଗ୍ରୀ ରହିଛି । ସେହିପରି ଅଂଶୁଘାତରେ ୭ ଜଣଙ୍କର ମୃତୁ୍ୟ ଘଟିଥିବା ଜାଣିବାକୁ ମିଳିଛି । ପଶ୍ଚିମଓଡ଼ିଶାରେ ୪ ଜଣଙ୍କର ମୃତୁ୍ୟ ଘଟିଥିବାବେଳେ ପୁରୀ ଓ କେନ୍ଦୁଝରରେ ଜଣେ ଲେଖାଏଁ ବ୍ୟକ୍ତିଙ୍କ ପ୍ରାଣହାନି ଘଟିଛି ।