୧୮ରେ ଆସିବେ ହେବିୱେଟ ନେତା ନୀତିନ ଗଡକରୀ ଓ ଉମା ଭାରତୀ

୧୮ରେ ଆସିବେ ହେବିୱେଟ ନେତା ନୀତିନ ଗଡକରୀ ଓ ଉମା ଭାରତୀ

୧୮ରେ ଆସିବେ ହେବିୱେଟ ନେତା ନୀତିନ ଗଡକରୀ ଓ ଉମା ଭାରତୀ
ଭୁବନେଶ୍ୱର: ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ଓଡ଼ିଶା ଉପରେ ଫୋକସ କରିଛନ୍ତି । ସେଥିପାଇଁ ଗତ କିଛି ଦିନ ହେଲା ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବହୁ କେନ୍ଦ୍ରୀୟ ନେତା ଘନ ଘନ ଓଡ଼ିଶା ଗସ୍ତରେ ଆସି ନିର୍ବାଚନୀ ସଭାରେ ଯୋଗଦେଉଛନ୍ତି । ଏହି କେନ୍ଦ୍ରୀୟ ନେତାଙ୍କ ଭିତରେ ସାମିଲ ହୋଇଛନ୍ତି ନୀତିନ ଗଡକରୀ ଓ ଉମା ଭାରତୀ । ଆସନ୍ତା ୧୮ ତାରିଖ ଦିନ ଉଭୟ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ଉକ୍ତ ଦିନ କଟକ ସଦର, ଚୌଦ୍ୱାର ଓ ସତ୍ୟବାଦୀରେ ଅନୁଷ୍ଠିତ ନିର୍ବଚନୀ ସଭାରେ ଉମା ଭାରତୀ ଯୋଗଦେଇ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ସେହିପରି ୧୮ ତାରିଖ ଦିନ ନୀତିନ ଗଡ଼କରୀ ମଧ୍ୟ ୩ଟି ସଂସଦୀୟ କ୍ଷେତ୍ରରେ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି ।