ସରୋଜ ମେହେରଙ୍କୁ ମିଳିଲା ଜାମିନ

ସରୋଜ ମେହେରଙ୍କୁ ମିଳିଲା ଜାମିନ

ସରୋଜ ମେହେରଙ୍କୁ  ମିଳିଲା ଜାମିନ
ଭୁବନେଶ୍ୱର: ପାଟଣାଗଡ ବିଧାୟକ ସରୋଜ ମେହେରଙ୍କୁ ଜାମିନ ମିଳିଛି । ୨୫ ହଜାର ଟଙ୍କା ଓ ୨ ଜଣ ଜାମିନଦାରଙ୍କ ବଦଳରେ ମିଳିଲା ଜାମିନ । ଭୁବନେଶ୍ୱର ସ୍ୱତନ୍ତ୍ର ଏଡିଜେ କୋର୍ଟ ଜାମିନ ପ୍ରଦାନ କରିଛନ୍ତି । ତଦନ୍ତରେ ସହଯୋଗ କରିବା ପାଇ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜେଇଙ୍କୁ ଉଠବସ୍ କରିବା ମାମଲାରେ ବିଧାୟକ ସରୋଜ ମେହେର ଗିରଫ ହୋଇଥିଲେ । ସୂଚନାଯୋଗ୍ୟଯେ, ନିମ୍ନମାନର ରାସ୍ତା କାର୍ଯ୍ୟ ହୋଇଥିବାରୁ ଶ୍ରୀ ମେହେର ଦାୟିତ୍ୱରେ ଥିବା ଜେଇଙ୍କୁ ବସଉଠ କରାଇଥିଲେ । ତେବେ ଏହି ବସଉଠ ସମୟର ଭିଡ଼ିଓ ଭାଇରାଲ ହୋଇଯାଇଥିଲା । ଏହାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଥିବାବେଳେ ଜେଇଙ୍କ ପନôୀ ସରୋଜଙ୍କ ବିରୋଧରେ ମାମଲା ଦାଏର କରିଥିଲେ । ସରୋଜଙ୍କୁ ଗିରଫ କରିବା ପାଇଁ ବିଜେପି ପକ୍ଷରୁ ଦାବି ହୋଇଥିବାବେଳେ ଆଦିବାସୀ ସଂଘ ପକ୍ଷରୁ ଆନେ୍ଦାଳନ ମଧ୍ୟ କରାଯାଇଥିଲା । ଫଳରେ ସରୋଜଙ୍କୁ ପାଟଣାଗଡ଼ ପୁଲିସ ଗିରଫ କରିବାକୁ ବାଧ୍ୟ ହୋଇଥିଲେ ।