ଯୁକ୍ତ ୩ ପ୍ରଥମ ପର୍ଯ୍ୟାୟ କଟ ଅଫ୍

ଯୁକ୍ତ ୩ ପ୍ରଥମ ପର୍ଯ୍ୟାୟ କଟ ଅଫ୍

ଯୁକ୍ତ ୩ ପ୍ରଥମ ପର୍ଯ୍ୟାୟ କଟ ଅଫ୍
ଭୁବନେଶ୍ୱର: ଯୁକ୍ତ ୩ ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ପ୍ରକାଶ ପାଇଲା । ପ୍ରଥମ ପର୍ଯ୍ୟାୟ କଟ୍ ଅଫରେ ୧ ଲକ୍ଷ ୮୮ ହଜାର ୨୨୨ ଜଣ ଛାତ୍ରଛାତ୍ରୀ କଲେଜରେ ନାମ ଲେଖାଇବା ପାଇଁ ସ୍ଥାନ ପାଇଛନ୍ତି । ୨ ଲକ୍ଷ ୧୦ ହଜାର ୪୪୬ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ । ବିଜେବି କଲେଜରେ କଳା ସମ୍ମାନ (ଭୂଗୋଳ)-୮୯ %, ସର୍ବାଧିକ ରହିଛି । ସେହିପରି ବିଜେବି କଲେଜରେ ବିଜ୍ଞାନ ସମ୍ମାନ(ଜୁଲୋଜି) -୯୧.୫%, ବିଜ୍ଞାନ ସମ୍ମାନ (ଗଣିତ) -୯୩.୫% ଫିଜିକ୍ସ ସମ୍ମାନ-୯୨.୬୭ % , କେମିଷ୍ଟ୍ରି ସମ୍ମାନ-୯୦.୮%, ବଟାନି ସମ୍ମାନ-୮୮% , ବାଣିଜ୍ୟ ସମ୍ମାନ-୮୫.୮୩ ପ୍ରତିଶତ ସର୍ବାଧିକ ରହିଛି । ମନୋନୀତ ଛାତ୍ରୀଛାତ୍ରମାନେ ୧୯ରୁ ୨୩ ତାରିଖ ମଧ୍ୟରେ ନାମ ଲେଖାଇବେ। ୧୯ରୁ ୨୪ତାରିଖ ମଧ୍ୟରେ ଆନେକ୍ସର-୭ ଅନ୍‌ଲାଇନ୍‌ରେ ଡିପୋଜିଟ୍‌ କରିବେ। ୨୫ ତାରିଖରେ ପ୍ରଥମ ପର୍ଯ୍ୟାୟରେ ନାମ ଲେଖାଇଥିବା ଛାତ୍ରୀଛାତ୍ରଙ୍କ ତଥ୍ୟ ପ୍ରକାଶ ପାଇବ।