ପ୍ରକାଶ ପାଇଲା +୨ ପ୍ରଥମ କଟ୍ ଅଫ୍ ମାର୍କ

ପ୍ରକାଶ ପାଇଲା +୨ ପ୍ରଥମ କଟ୍ ଅଫ୍ ମାର୍କ

ପ୍ରକାଶ ପାଇଲା +୨ ପ୍ରଥମ କଟ୍ ଅଫ୍ ମାର୍କ
ଭୁବନେଶ୍ୱର: ମଙ୍ଗଳବାର +୨ ପ୍ରଥମ ପର୍ଯ୍ୟାୟ କଟ ଅଫ ମାର୍କ ପ୍ରକାଶ ପାଇଛି । କଳାରେ ୭୧.୧୭ ପ୍ରତିଶତ କଟ ଅଫ ମାର୍କ ସହ ବିଜେବି ଜୁନିଅର କଲେଜ ଆଗରେ ରହିଛି । ୭୦.୧୭ କଟ ଅଫ ମାର୍କ ସହ ଦ୍ୱିତୀୟରେ ରହିଛି ରେଭେନ୍ସା ବିଶ୍ୱବିଦ୍ୟାଳୟ । ସେହିପରି ଘସିପୁରାସ୍ଥ ପତିତପାବନ ହାୟର ସେକେଣ୍ଡାରୀ ସ୍କୁଲରେ କଟ ଅଫ ମାର୍କ ୬୮.୫ ପ୍ରତିଶତ ରହିଛି । ସେହିପର ବିଜ୍ଞାନରେ ୯୦ % କଟ ଅଫ ମାର୍କ ସହ ରେଭେନ୍ସା ଆଗରେ ରହିଛି । ୮୮.୬୭% ସହ ଦ୍ୱିତୀୟରେ ବିଜେବି ଜୁନିଅର କଲେଜ ଥିବାବେଳେ ୮୭.୬୭% ସହ ତୃତୀୟରେ ବ୍ରହ୍ମପୁରର ସରସ୍ୱତୀ ବିଦ୍ୟାଳୟ ରହିଛି । ଅନ୍ୟପକ୍ଷରେ ବାଣିଜ୍ୟରେ ୮୦.୬% ସହ ଗୋପାଳପୁର ଜୁନିଅର କଲେଜ ଆଗରେ ରହିଛି । ୭୬.୧୭% ସହ ଦ୍ୱିତୀୟରେ ଢେଙ୍କାନାଳ ଇଭିନିଂ ଜୁନିଅର କଲେଜ ଥିବାବେଳେ ରେଭେନ୍ସା ଜୁନିଅର କଲେଜ ତୃତୀୟରେ ରହିଛି ।