ବିଷାକ୍ତ ମଦ ପିଇ ୪ ମୃତ, ୧୬ ଗୁରୁତର

ବିଷାକ୍ତ ମଦ ପିଇ ୪ ମୃତ, ୧୬ ଗୁରୁତର

ବିଷାକ୍ତ ମଦ ପିଇ ୪ ମୃତ, ୧୬ ଗୁରୁତର
ଭୁବନେଶ୍ୱର : ଦୀର୍ଘଦିନ ପରେ ମଦମୃତୁ୍ୟ ଭଳି ସଂଗୀନ ଅଘଟଣ ଘଟିଛି । ବିଷାକ୍ତ ମଦ ପିଇ ୪ ଜଣଙ୍କର ମୃତୁ୍ୟ ହୋଇଥିବାବେଳେ ୧୬ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ୩ ଜଣଙ୍କୁ ଭଦ୍ରକରୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି । ୪ ମୃତକ ତିହିଡ଼ି ଥାନା ଦୌଲତପୁର ଓ ନିମାଇ ସାହି ଗାଁର ବୋଲି ଜାଣିବାକୁ ମିଳିଛି । ପୀରହାଟ ନୂଆସାହିରେ କେତେକ ଲୋକ ରାତିରେ ମଦ ପିଇ ଅସୁସ୍ଥ ହୋଇପଡ଼ିଥିଲେ । ଫଳରେ ଗାଁରେ ଜଣଙ୍କର ମୃତୁ୍ୟ ହୋଇଥିବାବେଳେ ଅନ୍ୟ ୨ ଜଣ ଚିକିତ୍ସାଧୀନ ଅବସ୍ଥାରେ ମୃତୁ୍ୟବରଣ କରିଛନ୍ତି । ତେବେ ଚିକିତ୍ସାରେ ଚରମ ଅବହେଳା ହୋଇଥିବା ପରିବାରବର୍ଗ ଅଭିଯୋଗ ଆଣିଛନ୍ତି । ଅପରପକ୍ଷରେ ସ୍ଥିତି ସମ୍ପର୍କରେ ଭଦ୍ରକ ଜିଲ୍ଲାପାଳ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି । ସେହିପରି ବିଷାକ୍ତ ମଦ ପିଇ ମୃତୁ୍ୟ ଘଟଣାରେ ଅଂଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ପୀରହାଟ ଠାରେ ସ୍ଥାନୀୟ ଲୋକମାନେ ରାସ୍ତା ଅବରୋଧ କରିଛନ୍ତି । ନିର୍ବାଚନ ପାଇଁ ଅସାଧୁ ବ୍ୟବସାୟୀମାନେ ନକଲି ମଦ ବିକ୍ରି କରୁଥିବାରୁ ଏଭଳି ଅଘଟଣ ଘଟିଥିବା କୁହାଯାଉଛି । ଗତକାଲି ଭଦ୍ରକ ଅଂଚଳରେ ନିର୍ବାଚନ ଥିବାରୁ ସରକାରୀ ମଦ ଦୋକାନ ବନ୍ଦ ରହିଥିଲା । ତେଣୁ ଅସାଧୁ ବ୍ୟବସାୟୀଙ୍କ ଠାରୁ ବିଷାକ୍ତ ମଦ ପିଇବାରୁ ଏଭଳି ଅଘଟଣ ଘଟିଛି ।