ସକାଳ ୧୦ଟାରୁ ୧୨ଟା ମଧ୍ୟରେ ଲ୍ୟାଣ୍ଡଫଲ୍
ସକାଳ ୧୦ଟାରୁ ୧୨ଟା ମଧ୍ୟରେ ଲ୍ୟାଣ୍ଡଫଲ୍
admin
May 2, 2019 - 08:47
Updated: May 2, 2019 - 08:47
ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ଫୋନି ଶୁକ୍ରବାର ଅପରାହ୍ନରେ ନୁହେଁ ବରଂ ସକାଳ ୧୦ଟାରୁ ୧୨ ମଧ୍ୟରେ ଲ୍ୟାଣ୍ଡଫଲ କରିବ। ପୁରୀ ନିକଟ ସାତପଡ଼ାରେ ଏହା ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି। ଏହା ପୁରୀଠାରୁ ୩୬୦କିମି ଦୂରରେ ରହିଥିବା ବେଳେ ୧୬ କିମି ବେଗରେ ଉପକୂଳମୁହାଁ ହେଉଥିବା ଏସ୍ଆର୍ସିଙ୍କ କାର୍ଯ୍ୟାଳୟ ସୁତ୍ରରୁ ସୂଚନା ମିଳିଛି।
ସୂଚନାଯୋଗ୍ୟ, ବାତ୍ୟା ଫୋନି ଲ୍ୟାଣ୍ଡଫଲ କରିବା ସମୟରେ ପବନର ବେଗ ଘଣ୍ଟାକୁ ୧୭୦ ରୁ ୧୮୦ କିମି ରହିବ। କେତେକ ସ୍ଥାନରେ ଏହା ଘଣ୍ଟା ପ୍ରତି ୨୦୦ କିମି ରହିପାରେ। ସେହିଭଳି ସମୁଦ୍ର ଅଶାନ୍ତ ରହିବା ସହ ୧.୫ ମିଟର ଉଚ୍ଚର ଜୁଆର ଆସିବ। ଏପରିକି ତଳିଆ ଅଞ୍ଚଳରେ ପାଣି ପଶିବାର ସମ୍ଭାବନା ରହିଛି। ଓଡ଼ିଶାର ୪ ଜିଲା( ଗଞ୍ଜାମ, ଜଗତ୍ସିଂହପୁର, ଖୋର୍ଦ୍ଧା, ପୁରୀ)ରେ ଜିଲା ପ୍ରଶାସନକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମୁଦ୍ର ମଧ୍ୟକୁ ନ ଯିବା ଲାଗି ମତ୍ସଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି।