ପାରାଦ୍ୱୀପ ଗୋପବନ୍ଧୁ ଷ୍ଟାଡିୟମ ଠାରେ ନିଯୁକ୍ତି ରାଲି ଆରମ୍ଭ
ପାରାଦ୍ୱୀପ ଗୋପବନ୍ଧୁ ଷ୍ଟାଡିୟମ ଠାରେ ନିଯୁକ୍ତି ରାଲି ଆରମ୍ଭ
admin
Aug 19, 2019 - 04:52
Updated: Aug 19, 2019 - 04:52
ପାରାଦ୍ୱୀପ :(ଲକ୍ଷ୍ମୀନାରାୟଣ ସାହୁ): ପାରାଦ୍ୱୀପ ଗୋପବନ୍ଧୁ ଷ୍ଟାଡିୟମ ଠାରେ ସୌନ୍ୟବାହିନୀ ନିଯୁକ୍ତି ରାଲି ଆରମ୍ଭ ହୋଇଛି । ଏହି ନିଯୁକ୍ତି ରାଲି ଅଗଷ୍ଟ ୧୮ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ନିଯୁକ୍ତି ରାଲିରେ ଉପକୂଳ ଓଡିଶାର ୧୦ଟି ଜିଲ୍ଲା କଟକ, ମୟୁରଭଞ୍ଜ, କେନ୍ଦ୍ରପଡା, ଜଗତସିଂହପୁର, ନୟାଗଡ, ବାଲେଶ୍ୱର, ଖେର୍ଦ୍ଧା, ଯାଜପୁର, ପୁରୀ ଏବଂ ଭଦ୍ରକ ଜିଲ୍ଲାର ଇଚ୍ଛୁକ ପ୍ରାର୍ଥମାନେ ଅଂଶଗ୍ରହଣ କରୁଛନ୍ତି । ଏଥିନିମନ୍ତ ୧୯ଜୁନ୍ ମାସଠାରୁ ଅଗଷ୍ଟ ୨ ୨୦୧୯ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ଅନଲାଇନ୍ରେ ଆବେଦନ କରିଥିଲେ । ଏହି ନିଯୁକ୍ତି ରାଲିରେ ସୋଲଜର କ୍ଳରିକାଲ, ସୋଲଜର ଜେନେରାଲ ଆସିଷ୍ଟାଣ୍ଟ, ସୋଲଜର ଟେକନିକାଲ, ସୋଲଜର ନସିଂ ଆସିଷ୍ଟାଣ୍ଟ, ସୋଲଜର ଟେକ୍ନିକାଲ, ସୋଲଜର ଜେନେରାଲ ଡ୍ୟୁଟୀ, ସୋଲଜର ଟ୍ରେଡ୍ ମ୍ୟାନ ପଦବୀ ନିମନ୍ତେ ପ୍ରାର୍ଥୀମାନଙ୍କର ପ୍ରାଥମିକ ପରୀକ୍ଷା ଅନୁଷ୍ଠିତ ହେବ । ପ୍ରାର୍ଥୀମାନଙ୍କର ଶାରୀରିକ ଓ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଯାଞ୍ଚପରେ ଲିଖିତ ପରୀକ୍ଷା ପାଇଁ ଆଡମିଟ୍କାର୍ଡ ପ୍ରଦାନ କରାଯିବ । ଏହାପରେ ଅକ୍ଟୋବର ୨୭ ତାରିଖରେ କଟକସ୍ଥି ବାରବାଟୀ ଷ୍ଟାଡିୟମ୍ ଠାରେ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ । ଅନ୍ଲାଇନ୍ ଆବଦନ ମା୍୧୮ପାଇଁ ୮୫୧ଜଣ ଆବେଦନ କରିଥିବା ବ ଆଜି ୫୫୦ଜଣ ପ୍ରାର୍ଥୀ ଯୋଗଦେଇଛନ୍ତି । ଅଗଷ୍ଟ ୧୯ ପାଇଁ ୮୩୦ଜଣ, ଅଗଷ୍ଟ ୨୦ପାଇଁ ୩୨୬୮ଜଣ, ଅଗଷ୍ଟ ୨୧ ପାଇଁ ୩୩୩୯ଜଣ, ଅଗଷ୍ଟ ୨୨ରେ ୩୬୧୨ଜଣ, ଅଗଷ୍ଟ ୨୩ରେ ୩୬୪୮ଓ ଅଗଷ୍ଟ ୨୪ରେ ୨୬୬୮ ଜଣ ପ୍ରାର୍ଥୀ ପ୍ରାଥମିକ ପରୀକ୍ଷା ଦେବେ । ଏହି ନିଯୁକ୍ତ ରାଲିର ଅଂଶଗ୍ରହଣ କରିବା ପାଇଁ ୧୦ଟି ଜିଲ୍ଲାରୁ ମୋଟ ୧୮,୨୪୭ ଜଣ ପ୍ରାର୍ଥୀ ଅନଲାଇନରେ ଆବେଦନ କରିଛନ୍ତି ବୋଲି କଟକ ସୌନ ବିଭାଗ ନିଯୁକ୍ତି କାର୍ଯ୍ୟାଳୟ ନିର୍ଦ୍ଦେଶକ କର୍ଣ୍ଣେଲ ଆଶିଷ ମୋହନ ଟିକ୍ରା ସୂଚନା ପ୍ରଦାନ କରିଛନ୍ତି । ପାରାଦ୍ୱୀପ ଅତିରିକ୍ତ ଜିଲ୍ଲାପାଳ ଡଃ କାହ୍ନୁଚଣ ଧୀରଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଜିଲ୍ଲା କର୍ମ ନିୟୋଜନ ଅଧିକାରୀ ଶ୍ରୀ ତାପସ କୁମାର ସ୍ୱାଇଁ ଓ ଜିଲ୍ଲା ପ୍ରଶାସନ ବିଭାଗ ଅଧିକାରୀ ସମସ୍ତ ଅନୁସଂଗିକ କାର୍ଯ୍ୟ ପରିଚାଳନା କରୁଛନ୍ତି । ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କଶରୀ ମହାପାତ୍ରଙ୍କ ନିର୍ଦ୍ଦେଶରେ ସ୍ୱାସ୍ଥ୍ୟ ବିଭାଗ, ପାରାଦ୍ୱୀପ ମ୍ୟୁନିସିପାଲଟି, ଜନସ୍ୱାସ୍ଥ୍ୟ ବିଭାଗ, ପୋଲିସ ବିଭାଗ, ସେସୁ (ବିଦ୍ୟୁତ୍), ସୂଚନା ଓ ଲୋକସମ୍ପର୍କ ବିଭାଗ , କର୍ମ ଓ ନିୟୋଜନ ବିଭାଗ ପକ୍ଷ୍ୟରୁ ସମସ୍ତ ଆନୁସଂଗିକ ବ୍ୟବସ୍ଥା ଯୋଗାଇଦିଆଯାଇଛି ।