ଅଡ଼ୁଆରେ ସୁନ୍ଦରଗଡ଼ ଏସପି ସୌମ୍ୟା

ଅଡ଼ୁଆରେ ସୁନ୍ଦରଗଡ଼ ଏସପି ସୌମ୍ୟା

ଭୁବନେଶ୍ୱର : ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଅଞ୍ଚଳରେ ଗତ ମାସ ୪ ତାରିଖରେ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତୁ୍ୟ ଘଟଣାକୁ ନେଇ ସେଠାରେ ଦେଖା ଦେଇଥିଲା ଉତ୍ତେଜନା । ଘଟଣା ପରେ ସୁନ୍ଦରଗଡ଼ ଏସପି ସୌମ୍ୟା ମିଶ୍ର ଓ ସଶସ୍ତ୍ର ପୁଲିସ ବାହିନୀ କନିକା ଗ୍ରାମରେ ପଶି ଲୋକଙ୍କୁ ପିଟାପିଟି କରିଥିଲେ । ଏପରିକି ଜଣେ ମହିଳାଙ୍କ ଘରେ ପଶି ତାଙ୍କୁ ମାଡ଼ ମାରିବା ଯୋଗୁଁ ତାଙ୍କର ଗର୍ଭ ନଷ୍ଟ ହୋଇଥିଲା । ଏ ନେଇ ମହିଳା ଜଣଙ୍କ ହେମଗିରି ଥାନାକୁ ଏତଲା ଦେବାକୁ ଯାଇଥିଲେ ହେଁ ପୁଲିସ୍ ଏତଲା ନେଇନଥିଲା । ଅନ୍ୟ ଉପାୟ ନ ପାଇ ସେ ସୁନ୍ଦରଗଡ଼ ଏସଡିଜେଏମଙ୍କ ଦ୍ୱାରସ୍ଥ ହୋଇଥିଲେ । ଏସଡିଜେଏମଙ୍କ ନିଦେ୍ର୍ଧଶ କ୍ରମେ ହେମଗିରି ଥାନା ପୁଲିସ ଏସପିଙ୍କ ନାମରେ ମାମଲା ରୁଜୁ କରିଛନ୍ତି । କନିକାରେ ରହୁଥିବା ଲିପୁନା ନାଏକ (୧୯)ଙ୍କ ଗତ ମାସ ୩ ତାରିଖ ଏକ ସ୍କର୍ପିଓ ଧକ୍କାରେ ମୃତୁ୍ୟ ଘଟିଥିଲା । ଏହି ଘଟଣାକୁ ନେଇ କନିକାବାସୀ ରାସ୍ତାରୋକ କରିବା ସହ ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଧରିବାକୁ ଦାବି କରିଥିଲେ । ପୁଲିସ ଲାଠି ଚାଳନା କରିବାରୁ ଲୋକେ ଦୌଡ଼ି ପଳାଇଥିଲେ । ଘଟଣା ପରେ ରାତିରେ ଏସପି ଅତିରିକ୍ତ ପୁଲିସ ବାହିନୀ ନେଇ ସେଠାରେ ପହଞ୍ଚିଥିଲେ । ରାତି ପ୍ରାୟ ୧୨ଟା ରେ ଏସପି ନିଜେ ସେ ଅଞ୍ଚଳର ପି୍ରୟାଦେ ନାମ୍ନୀ ଜଣେ ମହିଳାଙ୍କ କବାଟ ବାଡେ଼ଇଥିଲେ । ପରେ ତାଙ୍କ ବିଧବା ଶାଶୁ କବାଟ ଖୋଲିବା କ୍ଷଣି ଏସପି ଓ ପୁଲିସ ବାହିନୀ ଘର ଭିତରକୁ ପଶି ଯାଇ ଗୋପ କାହିଁ ବୋଲି ଖୋଜିଥିଲେ । ସେ ଘରେ ନଥିବା କଥା ତାଙ୍କ ପତ୍ନୀ କହିବା ପରେ ରାଗିଯାଇ ଏସ୍ପି ତାଙ୍କୁ ବେଲଣା ବାଡ଼ିରେ ପିଟିଥିଲେ । ନିଜେ ଏସପି ଓ ପୁଲିସ କର୍ମଚାରୀ ତାଙ୍କ ପେଟକୁ ବାଡେଇଥିଲେ । ଦୁଇ ମାସର ଗର୍ଭବତୀ ଥିବା ପ୍ରିୟାଙ୍କ ଗର୍ଭ ନଷ୍ଟ ହୋଇଥିଲା । ଏପରିକି ତାଙ୍କ ସ୍ୱାମୀଙ୍କ ଏକ ଇଟା ଫ୍ୟାକ୍ଟି୍ର ଥିବା ବେଳେ ତାଙ୍କର ୫ଟି ଗାଡ଼ିର କାଚ ଓ ଇଟା ତିଆରି ମେସିନକୁ ଭାଙ୍ଗି ଦେଇଥିଲେ । କୌଣସି ମତେ ପି୍ରୟାଙ୍କ ସ୍ୱାମୀ ଗୋପଙ୍କୁ ପୁଲିସ ଧରି ନେବା ସହ ସଦର ଥାନାକୁ ନେଇ ଶାରୀରିକ ନିର୍ଯାତନା ଦେଇଥିଲେ । ଏ ନେଇ ପି୍ରୟ ଏସଡିଜେଏମ୍ ଅଦାଲତର ଦ୍ୱାରସ୍ଥ ହୋଇଥିଲେ । ସମସ୍ତ ବିଷୟ ଶୁଣିବା ପରେ ଅଦାଲତ ଏସପିଙ୍କ ନାମରେ ହେମଗିରି ଥାନାରେ ମାମଲା ରୁଜୁ କରିବା ଲାଗି ନିଦେ୍ର୍ଧଶ ଦେଇଥିଲେ ।